ନବରଙ୍ଗପୁର: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ସାନମସିଆଗାଁ ଭାରପ୍ରାପ୍ତ ଆରଆଇ ଜଗଦୀଶ ବେହେରା। ଜଣେ ଅଭିଯୋଗକାରୀଙ୍କଠାରୁ ତହସିଲଦାରଙ୍କୁ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ ଅନୁସନ୍ଧାନ ରିପୋର୍ଟ ଦେବାକୁ ଅଭିଯୁକ୍ତ ଶ୍ରୀ ବେହେରା ୫ ହଜାର ଟଙ୍କା ଓ ଦୁଇ କେଜିଆ କୁକୁଡ଼ା ଲାଞ୍ଚ ନେଉଥିଲେ। ସେହି ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନମସିଗା ଭାରପ୍ରାପ୍ତ ଆରଆଇ ଜଗଦୀଶ ବେହେରାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଶ୍ରୀ ବେହେରାଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏନେଇ କୋରାପୁଟ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି।