ପୁରୀ: ସ୍ନାନବେଦୀରେ ୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ମହାବାହୁ

ପୁରୀ,: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ମହାବାହୁ ଶ୍ରୀଜଗନ୍ନାତଏ ବଡ଼ଠାକୁର ବଳଦେବ ଓ ମା ଶୁଭଦ୍ର=ା ୧୦୮ ଗରା ଜଳରେ ସ୍ନାନ କରୁଛନ୍ତି।ଆଜି ସକାଳୁ ଡୋର ଲାଗି ଓ ପୁଷ୍ପାଞ୍ଜଳି ନୀତି ପରେ ସକାଳ ସାଢ଼େ ୫ରୁ ସ୍ନାନବେଦୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ସ୍ନାନବେଦୀରେ ଶ୍ରୀଜୀମାନେ ଅବସ୍ଥାପିତ ହେବା ପରେ ସେଠାରେ ମଙ୍ଗଳ ଆଳତି, ମଇଲମ ଆଦି ନୀତି ଶେଷ ହୋଇଥିଲା। ପରେ ଅନ୍ୟ ନୀତିକାନ୍ତୀ ଶେଷ ହେବା ପରେ ମନ୍ଦିର ପରିସରରେ ଥିବା ସୁନା କୂଅରୁ ୧୦୮ ଗରା ଜଳ ସଂଗ୍ରହ କରାଯାଇ ଶ୍ରୀଜୀଙ୍କୁ ସ୍ନାନ କରାଯାଇଛି।
ଦେବସ୍ନାନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ଵାର ଆଗରେ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି। ୪୨ ପ୍ଲାଟୁନ୍‌ ଫୋର୍ସ ଓ ୨୫୦ ଅଫିସରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଭକ୍ତମାନେ ଦର୍ଶନ ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ଉତ୍ତରଦ୍ଵାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର