ଭୁବନେଶ୍ବର : ଏଣିକି ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହେବ ଜଗା ଦର୍ଶନ । ଶ୍ରୀମନ୍ଦିର ଦର୍ଶନ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ଆଉ ଦରକାର ପଡିବନି ଡବଲ ଡୋଜ କୋଭିଡ ଟିକା ପ୍ରମାଣପତ୍ର । ଏହା ସହିତ କିଓସ୍କ ବ୍ୟବସ୍ଥାକୁ ମଧ୍ୟ ହଟାଇଦିଆଯିବ । ଆସନ୍ତା ଫେବୃଆରୀ ୨୧ରୁ ଲାଗୁ ହେବ ଏହି ନିୟମ । ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତ ନେଇ ଆଲୋଚନା ହୋଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେ ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିପରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଉଛି । ଏହି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ଓ ୨୦୦ ପୁଲିସ ଅଧିକାରୀ ସୁରକ୍ଷାର ତଦାରଖ କରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/WhatsApp-Image-2022-02-14-at-18.07.59.jpeg)