କଟକ : ସାରଳା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ବତ ସାଧକ ପ୍ରଫେସର ଶ୍ରୀଧର ଦାସଙ୍କ ୩୧ତମ ଶ୍ରାଦ୍ଧବାର୍ଷିକୀ ଓ ସମ୍ମାନ ପ୍ରଦାନ ସମାରୋହ ସାରଳା ଭବନରେ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ୍ ମଦନ ମୋହନ ଦାସ ଉତ୍ସବକୁ ଉଦ୍ଘାଟନ କରିଥିଲେ। ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଞ୍ଜିନିୟର ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଭାଷାବିତ ଡକ୍ଟର ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଗବେଷକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କୁ ମର୍ଯ୍ୟାଦାଜନକ ‘ଶ୍ରୀଧର ଦାସ ସମ୍ମାନ’ ପ୍ରଦାନ କରାଯାଇଥିଲା। ପ୍ରଫେସର ନାୟକଙ୍କ ପକ୍ଷରୁ ତାଙ୍କ ପୁଅ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ କବି ପ୍ରମୋଦା ଦାସଙ୍କ କବିତା ସଂକଳନ ‘ମହକ’ ଉନ୍ମୋଚିତ ହୋଇଥିଲା।
ପ୍ରଫେସର ଯତୀନ୍ଦ୍ର ନାୟକ ପାଇଲେ ‘ଶ୍ରୀଧର ଦାସ ସମ୍ମାନ’
/sambad/media/post_attachments/wp-content/uploads/2019/04/Sarala-Bhawan-THare-Sridhara-Das-Sandhya-4.jpg)