ଦାମନଯୋଡ଼ିରେ ଶ୍ରୀଜଗନ୍ନାଥ ମହୋତ୍ସବ

ଭୁବନେଶ୍ବର : ଦାମନଯୋଡ଼ିସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳନ ଅବସରରେ ଗତ ୧୦ ତାରିଖରୁ ୫ ଦିନବ୍ୟାପୀ ଶ୍ରୀଜଗନ୍ନାଥ ମହୋତ୍ସବ ପାଳନ କରାଯାଉଛି। ନାଲକୋ ନଗର କମିଟି ଓ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହନ୍ତ ଓ ଭକ୍ତମାାନେ ଯୋଗ ଦେଇଥିଲେ। ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ତଥା ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟ ସିଂହଦେବ ଏହି ଉତ୍ସବକୁ ଉଦଘାଟନ କରିଥିବାବେଳେ ଏଥିରେ ପୁରୀ ଗୋପାଳବଲ୍ଲଭ ମଠର ଶ୍ରୀ ରାମଚନ୍ଦ୍ର ଦାସ ଏବଂ ରାଞ୍ଚି ଚିନ୍ମୟ ମିସନର ଆଚାର୍ଯ୍ୟ ସ୍ବାମୀ ମାଧବାନନ୍ଦ ସରସ୍ବତୀ ମହାରାଜ ଉତ୍ସବରେ ଯୋଗଦେଇଥିଲେ। ମୁଖ୍ୟ ଅତିଥିଭାବେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରବି ଶଙ୍କର ଦାସ ଯୋଗଦେଇଥିଲେ। ଏହି ଅବସରରେ ଗଜପତିଙ୍କ ରଚିତ ‘ଟ୍ରାଡିସନ୍ ଅଫ୍ ଲର୍ଡ ଜଗନ୍ନାଥ’ ପୁସ୍ତକକୁ ଶ୍ରୀ ଦାସ ଉନ୍ମୋଚନ କରିଥିଲେ। ସେହିଭଳି ଦାମନଯୋଡ଼ି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ପକ୍ଷରୁ ପ୍ରକାଶିତ ପୁସ୍ତକ ‘ଅମୃତ ବାଣୀ’କୁ ଗଜପତି ଉନ୍ମୋଚନ କରିଥିଲେ। ଏହି ଅବସରରେ ନାଲକୋ ମହାପ୍ରବନ୍ଧକ ରାମଚନ୍ଦ୍ର ତ୍ରିପାଠୀ,‌ ରବିନାରାୟଣ ଉପାଧ୍ୟାୟ, ଶଶାଙ୍କ ଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର