ପୁରୀ: ଶ୍ରୀଜଗନ୍ନାଥ ତତ୍ତ୍ୱ, ଗବେଷଣା, ପ୍ରଚାର-ପ୍ରସାର ଉପସମିତି ଅନ୍ତର୍ଗତ ପ୍ରକାଶନୀ ମଣ୍ଡଳୀର ପ୍ରଥମ ବୈଠକ ଆଜି ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀନଅରଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରା, ଐତିହ୍ୟ, ଦର୍ଶନ ଓ ସଂସ୍କୃତି ଆଧାରିତ ବିଭିନ୍ନ ପୁସ୍ତକ ତଥା ପତ୍ରପତ୍ରିକା ପ୍ରକାଶନ ଓ ଏ ସମ୍ପର୍କିତ ଗବେଷଣା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରା, ଦର୍ଶନ, ସଂସ୍କୃତି ଆଧାରିତ ପୁସ୍ତକ କିଭଳି ନିର୍ଭୁଲ ଓ ମାର୍ଜିତ ହୋଇପାରିବ, ସେ ଉପରେ ଗଜପତି ମହାରାଜା ଆବଶ୍ୟକ ପରାମର୍ଶ ଦେଇଥିଲେ। ଫ୍ରଫେସର, ସୁନାମଧନ୍ୟ ସାହିତ୍ୟିକଙ୍କଠାରୁ ଏ ଉପରେ ଆବଶ୍ୟକ ପରାମର୍ଶ ନିଆଯାଇଥିଲା।
ବୈଠକରେ ପ୍ରକାଶନୀ ମଣ୍ଡଳୀ ପ୍ରମୁଖ ହରେକୃଷ୍ଣ ଶତପଥୀ, ବାବା ସଚ୍ଚିଦାନନ୍ଦ ଦାସମହାରାଜ, ଦୁର୍ଗାପ୍ରସାଦ ଦାସମହାପାତ୍ର, ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ, ଅତୁଲ କୁମାର ନନ୍ଦ, ପ୍ରଫେସର ପ୍ରଭାତ ରଂଜନ ମହାପାତ୍ର, ଡ. ନରେଶ ଚନ୍ଦ୍ର ଦାଶ, ଡ. ଅସିତ୍ ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଓଏସ୍ଡି ଶୁଭ୍ରାଂଶୁ ଶେଖର ପାଢ଼ୀ, ପ୍ରଫେସର ସୁନିଲ ରଥ, ରାମଚନ୍ଦ୍ର ଦାସମହାପାତ୍ର, ରବୀନ୍ଦ୍ର ଦାସମହାପାତ୍ର, ବିଶ୍ବନାଥ ସାମନ୍ତରା, ଶ୍ରୀମନ୍ଦିର ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି, ଚିତ୍ତରଂଜନ ମହାପାତ୍ର, ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/654sf6h54fhfhfh.jpg)