ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ପାତାଳି ଶ୍ରୀକ୍ଷେତ୍ରରେ ଶନିବାର ରଥାରୂଢ଼ ଠାକୁରଙ୍କ ଶ୍ରୀମନ୍ଦିର ବିଜେ ସମ୍ପନ୍ନ ହୋଇଛି। ପ୍ରଥମେ ଆଳତି ଓ ଗୋଟି ପହଣ୍ଡି କରିବା ପରେ ଶ୍ରୀ ସୁଦର୍ଶନ, ତା’ପରେ କ୍ରମନ୍ୱୟରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ସହ ରସଗୋଲା ଭୋଗ ଲାଗିଥିଲା। ଲକ୍ଷ୍ମଣ ନାୟକ ଓ ବିଶେଶ୍ୱର ପାଢ଼ୀ ପହଣ୍ଡି ଗୀତ ଗାଇଥିବା ବେଳେ ଲକ୍ଷ୍ମୀ ନାରାୟଣଙ୍କ କଳି ଗୀତ ଗାଇଥିଲେ ଶ୍ରୀରାମ ପଣ୍ଡା ଓ ବିଶେଶ୍ୱର ପାଢ଼ୀ। ସୁବଳୟା ସଂକୀର୍ତ୍ତନ ମଣ୍ଡଳୀ ଓ କୋଟସମଲେଇ ମହିଳା ସଂକୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିଲେ। ଆରତି ଓ ପ୍ରତିଷ୍ଠା ନୀତି ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ରତ୍ନ ସିଂହାସନ ବିଜେ ହୋଇଥିଲା।