ଭୁବନେଶ୍ବର: ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଓବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ମିଳୁନି। ଯେତେବେଳେକି ୨୦୦୫ ମସିହାେର କେନ୍ଦ୍ର ସରକାର ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଶିକ୍ଷାନୁଷ୍ଠାନ, ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ ଶିକ୍ଷାନୁଷ୍ଠାନରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେଉଛନ୍ତି। ଓଡ଼ିଶାରେ କେବଳ ନିଯୁକ୍ତି କ୍ଷେତ୍ରରେ ୧୧% ସଂରକ୍ଷଣ ମିଳୁଛି। ତେଣୁ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ଦିଅନ୍ତୁ। ଏନେଇ ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ରଘୁନାଥ ବିଶ୍ବାଳ ରାଜ୍ୟ ସରକାରଙ୍କୁ ସୁପାରିଶ୍ କରିବାକୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଚିଠି ଲେଖିଛନ୍ତି।
ଶ୍ରୀ ଜେନା ଲେଖିଛନ୍ତି ଯେ ରାଜ୍ୟରେ ଓବିସିଙ୍କୁ ୨୭% ସଂରକ୍ଷଣ ମିଳୁନଥିବାରୁ ଓବିସି/ଏସ୍ଇବିସି ବର୍ଗର ଛାତ୍ରଛାତ୍ରୀ ଏମ୍ବିବିଏସ୍ରେ ପ୍ରାୟ ୪ହଜାର ସିଟ୍ ଏବଂ ଇଞ୍ଜିନିୟରିଂରେ ହଜାର ହଜାର ସିଟ୍ ହରାଇଛନ୍ତି। ଏହାସହ ଗତ ୨୦ବର୍ଷରେ ହଜାରହଜାର ଯୁବକଯୁବତୀ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଓବିସି/ଏସ୍ଇବିସି ବର୍ଗଙ୍କୁ ନ୍ୟାୟ ଦେବା ପାଇଁ ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗର ଅଧ୍ୟକ୍ଷ ହସ୍ତକ୍ଷେପ କରନ୍ତୁ।