ନିଆଳି ମାଧବଜୀଉଙ୍କ ମନ୍ଦିରରୁ ଯାଇଥିବା ପଢ଼ୁଆଁ ଭାରକୁ ଗ୍ରହଣ କଲା ନାହିଁ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ନିଆଳି ମାଧବଜୀଉ ମନ୍ଦିରରୁ ପୁରୀ ଶ୍ରୀମନ୍ଦିରକୁ ଯାଇଥିବା ପଢ଼ୁଆଁ ଭାରକୁ ଗ୍ରହଣ କଲା ନାହିଁ ଶ୍ରୀମନ୍ଦିର ପ୍ରଶାସନ । ଏହା ନିଆଳି ମାଧବଙ୍କ ମାମୁଁଘର ନୁହେଁ ବୋଲି କହିଛନ୍ତି ମନ୍ଦିର ସେବାୟତ ଓ ଗବେଷକ । ଗତକାଲି ନିଆଳି ମାଧବଜୀଉ ମନ୍ଦିରରୁ ଯାଇଥିଲା ପଢ଼ୁଆଁ ଭାର । କେବଳ ଭକ୍ତଙ୍କ ଭାବାବେଗକୁ ସମ୍ମାନ କରି ଏହା ମନ୍ଦିରରେ ରଖାଯାଇଛି ବୋଲି କହିଛନ୍ତି ସେବାୟତ ।

ସଂକୀର୍ତନ ମଣ୍ଡଳୀର ସଂକୀର୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ଯାଇଥିଲା । ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା ।

ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଥିଲା । ପୁରାତନ ପ୍ରଥାକୁ ବଚାଂଇ ରଖିବାକୁ ଚଳିତ ବର୍ଷ ନିଆଳିର ମାଧବାନନ୍ଦଜୀଉ ମନ୍ଦିରର ଛତିଶା ସେବକ ନିଯୋଗ ସହ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଶ୍ରୀ ଜଗନ୍ନାଥ ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଭାର ଓ ନୁଆ ବସ୍ତ୍ର ନେଇ ପୁରୀ ଯାଇଥିଲେ । ତେବେ ଏହାକୁ ଶ୍ରୀ ମନ୍ଦିର ପ୍ରଶାସନ ଗ୍ରହଣ କରିନାହିଁ |

ସମ୍ବନ୍ଧିତ ଖବର