ଶ୍ରୀମନ୍ଦିର ସୁରକ୍ଷା ନେଇ ଉଚ୍ଛେଦ ପ୍ରସଙ୍ଗ : ବ୍ୟବସାୟ ଅନୁଷ୍ଠାନ ପାଇଁ ବ୍ୟବହାର ହେଉଥିଲା ମଠ – ପିନାକୀ

ଭୁବନେଶ୍ବର : ପୁରୀ ଶ୍ରୀ ମନ୍ଦିର ସୁରକ୍ଷା ପାଇଁ ଚତୁର୍ପାଶ୍ବ ଉଚ୍ଛେଦକୁ ଉଚିତ ଦର୍ଶାଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର। ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଶ୍ରୀ ମିଶ୍ର କହିଛନ୍ତି, ଉଚ୍ଛେଦ ହୋଇଥିବା ମଠଗୁଡ଼ିକରେ କେବଳ ବ୍ୟବସାୟିକ ପ୍ରତିଷ୍ଠାନ ଚାଲିଥିଲା। ପୁରୀର ସୌନ୍ଦର୍ଯୀକରଣକୁ ନେଇ ଅଧିକାଂଶ ଲୋକ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିବାବେଳେ କିଛି ଲୋକ ଏହାକୁ ନେଇ ମତଭେଦ ସୃଷ୍ଟି କରୁଛନ୍ତି। ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ସରକାର ଯତ୍ନଶୀଳ ଅଛନ୍ତି। ଉଚ୍ଛେଦ ଯୋଗୁଁ ପୁରୀରୁ ମଠ ସଂସ୍କୃତି ଲୋପ ପାଇବନି ବୋଲି ଶ୍ରୀ ମିଶ୍ର କହିଥିଲେ। ସାଂସଦଙ୍କୁ ଜବାବ ଦେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଥିଲେ, ପୁରୀରେ ୨୦୦ ବର୍ଷ ତଳୁ ମଠଗୁଡ଼ିକ ପ୍ରତିଷ୍ଠା ହୋଇଥିଲା। ସରକାରୀ ବ୍ୟବସ୍ଥା କେବଳ ମାତ୍ର ୭୦ ବର୍ଷ ହେଲା ଆସିଛି। ଶହଶହ ବର୍ଷ ପୂର୍ବରୁ ମଠଗୁଡ଼ିକରେ ଦୋକାନ ଘର ଚାଲିଆସିଥିଲା। ସାଂସଦଙ୍କ ଏପରି ମନ୍ତବ୍ୟ ଭୁଲ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ।

ସମ୍ବନ୍ଧିତ ଖବର