ପୁରୀ : ଶ୍ରୀମନ୍ଦିର ସଂସ୍କାରକୁ ନେଇ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି (ବୁଧବାର) ସୁପ୍ରିମକୋର୍ଟ ନୂଆ ବେଞ୍ଚରେ କରାଯିବ। ଜଷ୍ଟିସ ଏ.କେ.ସିକ୍ରି, ଜଷ୍ଟିସ ଏମ୍.ଏ.ଶାହା ଓ ଜଷ୍ଟିସ୍ ଅବଦୁଲ୍ଲ ନଜିରଙ୍କୁ ନେଇ ଗଠିତ ସୁପ୍ରିମ୍ କୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ମାମଲା ପାଇଁ ନିଯୁକ୍ତ ଆମିକସ୍କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଅବ୍ୟାହତି ନେବା ପରେ ଆସନ୍ତାକାଲି ଏହି ମାମଲା ପାଇଁ ନୂଆ ଆମିକସ୍କ୍ୟୁରି ନିଯୁକ୍ତି ହେବାର ସମ୍ଭାବନା ରହିଛି। ଗତ ନଭେମ୍ବର ୩୦ ତାରିଖରେ ଏହି ମାମଲାର ଶେଷ ଶୁଣାଣି ହୋଇଥିଲା।
ସୁପ୍ରିମକୋର୍ଟ ନୂଆ ବେଞ୍ଚରେ ଶ୍ରୀମନ୍ଦିର ମାମଲାର ଶୁଣାଣି ଆଜି
ହୋଇପାରନ୍ତି ନୂଆ ଆମିକସ୍କ୍ୟୁରି ନିଯୁକ୍ତି