ପୁରୀ : ଶ୍ରୀମନ୍ଦିର ଦଇତାପତି ନିଯୋଗ କାର୍ଯ୍ୟକାରୀ କମିଟି ନିର୍ବାଚନ ଆଜି ‌ଶେଷ ହୋଇଛି। ୨୧୮ଜଣ ଭୋଟର ନିର୍ବାଚନ ଦୌଡ଼ରେ ଥିବା ୨୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି। ୨୮ଜଣ ପ୍ରାର୍ଥୀରୁ ସର୍ବାଧିକ ଭୋଟ୍‌ ପାଇଥିବା ୧୫ଜଣିଆ କାର୍ଯ୍ୟକାରୀ କମିଟି ନିର୍ବାଚିତ ‌କରିଛନ୍ତି। ଏହି ୧୫ଜଣିଆ କମିଟିରୁ ସଭାପତି, ଉପସଭାପତି, ସମ୍ପାଦକ, ସହସମ୍ପାଦକ, କୋଷାଧ୍ୟକ୍ଷ ନିର୍ବାଚିତ ହେବେ। ଆସନ୍ତା ୧୪ ତାରିଖ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ପ୍ରକ୍ରିୟା ଚାଲିବ। ପରେ ‌ନିର୍ବାଚନ ଫଳାଫଳ ଘୋଷଣା ହେବ। ବଡ଼ କଥା ହେଉଛି, ଏହି ଦୌଡ଼ରେ ବାପା-ପୁଅ ବି ନିର୍ବାଚନ ଲଢ଼ୁଛନ୍ତି। ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଓ ପୁଅ ନୂତନ ଦାସମହାପାତ୍ର ନିର୍ବାଚନ ଲଢ଼ୁଛନ୍ତି। ଅନ୍ୟପଟେ ଆଜି ନିର୍ବାଚିତ ହୋଇଥିବା ୧୫ଜଣିଆ କମିଟିରେ ସର୍ବାଧିକ ୯୭ ଭୋଟ୍‌ ପାଇଁ ଜଗନ୍ନାଥ ଦାସମହାପାତ୍ର ପ୍ରଥମ ସ୍ଥାନରେ ରହିଛନ୍ତି। ସେହିଭଳି ୮୨ ଭୋଟ୍‌ ପାଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର ଦ୍ବିତୀୟ ଓ ୭୯ ଭୋଟ୍‌ ପାଇଁ ସ୍ବର୍ଗତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପୁଅ ବିଜୟାନନ୍ଦ ଦାସମହାପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି।

Advertisment

କମିଟି ସ୍ଥାନ ପାଇଥିବା ଅନ୍ୟମାନେ ହେଲେ ନୂତନ ଦାସମହାପାତ୍ର, ରାମକୃଷ୍ଣ ଦାସମହାପାତ୍ର, କୀର୍ତ୍ତି ପ୍ରକାଶ ଦାସମହାପାତ୍ର, କାର୍ତ୍ତିକ ଦାସମହାପାତ୍ର, ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଜଗବନ୍ଧୁ ଦାସମହାପାତ୍ର, ଗଣପତି ଦାସମହାପାତ୍ର, ଶିବାନୀ ଦାସମହାପାତ୍ର, ଗଣେଶ ଦାସମହାପାତ୍ର, ଶ୍ୟାମାପ୍ରସାଦ ଦାସମହାପାତ୍ର, ଗୁଣଧର ଦାସମହାପାତ୍ର ଓ ଜଗଦିଶ ଦାସମହାପାତ୍ର। ଦଇତାପତି ନିଯୋଗ ସ୍ଥାୟୀ ସଭାପତି ନବକିଶୋର ଦାସମହାପାତ୍ର ଓ ନିର୍ବାଚନ ଅଧିକାରୀ ଅଳକା ଶଙ୍କର ଜେନା ନିର୍ବାଚନ ପରିଚାଳନା କରିଥିଲେ।