ଅଗଷ୍ଟ ୪ରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ନିଷ୍ପତ୍ତି

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଅନୁମତି ନେଇ ଆସନ୍ତା ଅଗଷ୍ଟ ୪ରେ ନିଷ୍ପତ୍ତି ନିଆଯାଇପାରେ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅଗଷ୍ଟ ୪ରେ ବସିବ । ଏହି ବୈଠକରେ କରୋନା କଟକଣା ମଧ୍ୟରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ଆଲୋଚନା ହେବ । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ସିଡିଏମଓ, ଶ୍ରୀମନ୍ଦିର ସମନ୍ବୟ କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ।

ରାଜ୍ୟରେ କରୋନା ଦ୍ବିତୀୟ ଲହର ଆସିବା ପରେ ଗତ ମେ ୫ରୁ ଶ୍ରୀମନ୍ଦିର ସାଧାରଣ ଶ୍ରଦ୍ଧାଳଙ୍କ ପାଇଁ ବନ୍ଦ ରହିଛି । ଗତ ବର୍ଷ ପରି ଏ ବର୍ଷ ମଧ୍ୟ ରଥଯାତ୍ରା ବିନା ଭକ୍ତରେ ଓ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର