ପୁରୀ : ମହାପ୍ରଭୁଙ୍କ ପତିତପାବନ ବାନା ମହାଦୀପରୁ ନିଆଁ ଲାଗି ଜଳିଗଲା। ଏହାର ଭିଡିଓ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା। ଯେଉଁଥିରେ ବାନା ପୋଡ଼ିବାର ଦୃଶ୍ୟ ଜଳଜଳ ହୋଇ ଦିଶୁଛି। କିନ୍ତୁ ଏହାକୁ ଫାଙ୍କିଦେବାକୁ ଉଦ୍ୟମ ହୋଇଛି। ମିଛ କହି କଥାକୁ ଚପାଇ ଦେବାକୁ କିଛି ସେବକ ଉଦ୍ୟମ ଆରମ୍ଭ କରିଛନ୍ତି। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଏଭଳି ଉଦ୍ୟମ କରାଯାଉଥିବା ଚର୍ଚ୍ଚା ଆରମ୍ଭ ହେଲାଣି।
ପାପମୋଚନ ଏକାଦଶୀ ଭଳି ଦିନରେ ମହାପ୍ରଭୁଙ୍କ ପତିତପାବନ ବାନା ମହାଦୀପରେ ଲାଗି ଜଳି ଯାଇଗଲା। ଶ୍ରୀମନ୍ଦିର ଇତିହାସରେ ବି କେବେ ଏଭଳି ଘଟଣା ଘଟିନଥିଲା। ମହାପ୍ରଭୁଙ୍କ ବାନା ପୋଡ଼ିବା ଏକ ଅଶୁଭ ସଙ୍କେତ ଦେଇଥିବାବେଳେ କିଛି ସେବକଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ଉଠିଛି। ଏକାଦଶୀ ଥିବାରୁ ଏହି ଦିନ ମହାପ୍ରଭୁଙ୍କ ମହାଦୀପ ଶ୍ରୀମନ୍ଦିର ଅଁଳା ବେଢ଼ାରେ ରଖାଯାଇଥିଲା। ହଠାତ୍ ପବନ ଆସିବା ପରେ ମହାପ୍ରଭୁଙ୍କ ବାନା ଉଡ଼ି ମହାଦୀପରେ ପଡ଼ି ଜଳିଯାଇଥିଲା। ଆଗରୁ ଏ ଦିଗରେ ସତର୍କ ଦୃଷ୍ଟି ଦିଆଯାଇପାରିଥାନ୍ତା। କିନ୍ତୁ ସେହିଭଳି କରାଯାଇନଥିବାରୁ ପତିତପାବନ ବାନା ଉଡ଼ି ମହାଦୀପ ଉପରେ ପଡ଼ିଥିଲା। ଯେଉଁଥିପାଇଁ ଏହା ଜଳିଯାଇଥିଲା। ଏହି ଘଟଣାକୁ ସ୍ବୀକାର କରିବା ବଦଳରେ କିଛି ସେବକ, ଏହାକୁ ମହାଦୀପର ଝୁଲ କରି ଫାଙ୍କିଦେବାକୁ ଉଦ୍ୟମ କରିଛନ୍ତି। ରାତିରେ ଛିଡ଼ା ହୋଇ ଏହି ଦୃଶ୍ୟ ଦେଖିଥିବା ଭକ୍ତମାେନ ଏହାକୁ ନେଇ ସମାଲୋଚନା ଆରମ୍ଭ କରି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/puri-fire-in-patitapaban-bana.jpg)