ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ବିରୋଧ: ୨୨ରେ ହାଇକୋର୍ଟରେ ସବୁ ମାମଲାର ଏକତ୍ର ଶୁଣାଣି

କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟ ବେଆଇନ ବୋଲି ଦର୍ଶାଇ ଅବସରପ୍ରାପ୍ତ ଆଇଏଏସ୍ ସୁଦର୍ଶନ ନାୟକ ଓ ସାହିତ୍ୟିକ ଭୁବନାନନ୍ଦ ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଜୁନ୍‌ ୨୨ରେ ହାଇକୋର୍ଟରେ ଶୁଣାଣି ହେବ। ପୂର୍ବରୁ ବିଚାରାଧୀନ ଥିବା ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଜୁନ ୨୨କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ମାମଲାର ମଧ୍ୟ ସେହିଦିନ ଏକତ୍ର ଶୁଣାଣି କରାଯିବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ନାୟକ ଓ ଶ୍ରୀ ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର