ଗ୍ରହଣ ମହାସ୍ନାନ ପରେ ଆରମ୍ଭ ହେଲା ନୀତିକାନ୍ତି, ମହାପ୍ରଭୁଙ୍କ ବନକଲାଗି

ପୁରୀ : ସୂର୍ଯ୍ୟପରାଗ ଯୋଗୁ ଗତକାଲି ରାତିରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଥିଲା। ଶ୍ରୀମନ୍ଦିରରେ ବି ଗତକାଲି ରାତି ୧୦ଟା ୩୭ରୁ ସମସ୍ତ ନୀତିକାନ୍ତି ବନ୍ଦ ରଖାଯାଇଥିଲା। ଆଜି ସକାଳ ୧୦ଘଣ୍ଟା ୩୭ ମିନିଟ୍‌ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ କରାଯାଇ ନୀତିକାନ୍ତି ଆରମ୍ଭ ହୋଇଛି। ଆଜି ପୂର୍ବାହ୍ଣ ୧୦ଟା ୪୫ରେ ଉତ୍ତରି ମଇଲମ ପରେ ପୂର୍ବାହ୍ଣ ୧୧ଟାରୁ ସାଢ଼େ ୧୧ଟା ଭିତରେ ଗ୍ରହଣ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ଣ ୧୨ଟା ପରଠରୁ ସମସ୍ତ ନୀତି ଆରମ୍ଭ ହୋଇଥିଲା। ମଇଲମ ଓ ବେଶ, ମଙ୍ଗଳଆଳତି, ରୋଷହୋମ, ଧୂପ ଆଦି ନୀତି ଅନୁଷ୍ଠିତ ‌ହୋଇଥିଲା। ରାତି ୧୧ଟାରୁ ୧୨ଟା ଭିତରେ ସଂଧ୍ୟା ଧୂପ ପରେ ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ରାତି ସାଢ଼େ ୧୨ଟାରୁ ୪ଟା ପର୍ଯ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବ। ୨୨ ତାରିଖରେ ଉଭାଯାତ୍ରା ଓ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର