ପୁରୀ : ଗତକାଲି ଶ୍ରୀମନ୍ଦିରର ହୁଣ୍ଡି ଟଙ୍କା ଗଣତି ସମୟରେ ଜଣେ କର୍ମଚାରୀ ସେଥିରୁ ଟଙ୍କା ନେଇ ଚମ୍ପଟ ମାରିଥିଲା। ଏ ନେଇ ଅଭିଯୋଗ ହେବା ପରେ ସିଂହଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ଆଜି ପୁଲିସ ସଂପୃକ୍ତ କର୍ମଚାରୀକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତି ହେଉଥିଲା। ଏହି ସମୟରେ ଟଙ୍କା ଗଣୁଥିବା ଶ୍ରୀମନ୍ଦିରର କର୍ମଚାରୀ ସୁଶାନ୍ତ କୁମାର ରାଉତରାୟ(୩୬) ସେଥିରୁ ୮ ଶହ ଟଙ୍କା ନେଇ ଚମ୍ପଟ ମାରିଥିଲା। ଏନେଇ ଶ୍ରୀମନ୍ଦିର ଜମି ଅଧିଗ୍ରହଣ ଅଧିକାରୀ ଲକ୍ଷ୍ମଣ କୁମାର ସ୍ବାଇଁ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ସୁଶାନ୍ତକୁ ଗିରଫ କରିଛି। ସୁଶାନ୍ତ ଟାଉନ୍ ଥାନା ଅନ୍ତର୍ଗତ ଚୁଡ଼ଙ୍ଗ ସାହିର ବାସିନ୍ଦା ବୋଲି ଜଣାପଡ଼ିଛି।
ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ନେଇ କର୍ମଚାରୀ ଗିରଫ
/sambad/media/post_attachments/wp-content/uploads/2023/06/arrest-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)