ଦୋଳପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ : ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ରଙ୍ଗବେରଙ୍ଗର ଖେଳ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ଆଉ ଆଜି ଦୋଳପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚାଲିଛି । ମହାପ୍ରଭୁ ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଥିପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଲାଣି । ଦୋଳବେଦିରେ ଆଜି ତିନିଠାକୁର ଦୋଳବେଦିକୁ ଯିବେ । ନାଭିକଟା ମଣ୍ଡପକୁ ଠାକୁର ବିଜେ ହେବା ପରେ ଆରମ୍ଭ ହେବ ସୁନାବେଶ । ଦୋଳ ବେଦିରେ ରଙ୍ଗ ଖେଳିବେ ମହାପ୍ରଭୁ । ରତ୍ନ ସିଂହାସନରୁ ଓହ୍ଲାଇ ଆସି ଭକ୍ତଙ୍କ ସହ ରଙ୍ଗ ଖେଳିବେ ମହାପ୍ରଭୁ ।

ସେପଟେ ବିଦେଶୀ ପାଳିଲେ ରଙ୍ଗର ପର୍ବ । କୋଣାର୍କରେ ହୋଲି ପାଳନ କରିଛନ୍ତି ବିଦେଶୀ । ହର୍ବାଲ ସାମଗ୍ରୀ ସହ ଏହି ପର୍ବକୁ ପାଳନ କରିଛନ୍ତି ବିଦେଶୀ । ହଳଦୀ, ଚନ୍ଦନ ଓ କୁମକୁମକୁ ନେଇ ହୋଲି ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।

ବୃନ୍ଦାବନରେ ମଧ୍ୟ ଜୋରସୋରରେ ହୋଲି ପାଳୁଛନ୍ତି ଶ୍ରଦ୍ଧାଳୁ । ବୃନ୍ଦାବନର ପ୍ରସିଦ୍ଧ ବାଙ୍କେବିହାରୀ ମନ୍ଦିରରେ ରଙ୍ଗର ପର୍ବକୁ ପାରମ୍ପରିକ ରୀତି ନୀତିରେ ପାଳନ କରାଯାଇଛି । ହୋଲି ପାଳିବାକୁ ଏଠାରେ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ପହଁଚିଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରକୁ ପୂଜା କରାଯାଇଥିବା ଅବିର ଓ ପାଣି ଛିଂଚିଛନ୍ତି ପୂଜକ । ଏଥିପାଇଁ ବାଙ୍କେବିହାରୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ବୃନ୍ଦାବନର ଏହି ପ୍ରସିଦ୍ଧ ମନ୍ଦିରରେ ୫ ଦିନ ଧରି ରଙ୍ଗର ପର୍ବ ହୋଲି ପାଳନ କରାଯାଏ ।

ସମ୍ବନ୍ଧିତ ଖବର