ପୁରୀ: ବନକଲାଗି ନୀତି ପାଇଁ ସାଢ଼େ ୪ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ସାଢ଼େ ୩ଟାରୁ ରାତି ୮ଟା ଯାଏ ମନ୍ଦିର ବନ୍ଦ ରହିବ। ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କ ଦର୍ଶନ କରି ପାରିବେ ନାହିଁ । ବନକଲାଗି ନୀତି ସମ୍ପନ୍ନ ହେବା ପରେ ରାତି ୮ଟା ପରେ ଭକ୍ତମାନେ ଶ୍ରୀଜୀଉଙ୍କର ଦର୍ଶନ କରିପାରିବେ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର