ପୁରୀ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ପାଇଁ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ଶ୍ରୀଜୀଉମାନଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଭକ୍ତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ନାହିଁ । ପବିତ୍ର କାର୍ତ୍ତିକ ମାସ ଅବସରରେ ପୁରୀରେ ଏବେ ହବିଷ୍ୟାଳିଙ୍କ ଭିଡ ।ଏହି ୪ ଘଣ୍ଟା ଦର୍ଶନ ବନ୍ଦ ପରେ ପୁଣି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ ହେଲେ ଭିଡ଼ ଅଧିକ ହେବାର ଅଶଙ୍କା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।
ପୁରୀ: ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ
/sambad/media/post_attachments/wp-content/uploads/2017/10/Jagannath-Temple_Puri.jpg)