ପୁରୀ: ଆଜି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ଯାଏ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇବେ ନାହିଁ। ଅପରାହ୍ଣ ୩ଟାରୁ ୭ଟା ଯାଏ ୪ ଘଣ୍ଟା ଧରି ଶ୍ରୀଜୀଉମାନଙ୍କର ପଇତାଲାଗି ନୀତି ସମ୍ପାଦନ କରାଯିବ। ଏହି ସମୟରେ ମନ୍ଦିରକୁ ବନ୍ଦ ରଖାଯିବ। ତେଣୁ ଏହି ସମୟ ମଧ୍ୟରେ ମନ୍ଦିର ଭିତରେ କୌଣସି ଭକ୍ତ ଶ୍ରୀଜୀଉମାନଙ୍କ ଦର୍ଶନ କରି ପାରିବେ ନାହିଁ । ସନ୍ଧ୍ୟା ୭ଟା ପରେ ପୁଣି ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ କରି ପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ପୁରୀ: ଅପରାହ୍ଣ ୩ଟାରୁ ୪ ଘଣ୍ଟା ଲାଗି ଭକ୍ତମାନଙ୍କ ଲାଗି ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ
/sambad/media/post_attachments/wp-content/uploads/2018/04/Jagannath-Temple_Puri-1.jpg)