ଢେଙ୍କିକୋଟ : ଢେଙ୍କିକୋଟର ଶ୍ରୀରାମ ନବମୀ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଏହି ମହୋତ୍ସବ ୪ ଦିନ ଚାଲିବ। ଗୁରୁବାର ସକାଳ ୯ ଟା ବେଳେ ୧୦୮ କଳସ ଢେଙ୍କିକୋଟ ଦେଶବନ୍ଧ ପୁଷ୍କରିଣୀ ଠାରୁ ଅଣାଯାଇଯାଇଥିଲା। କଳସ ଶୋଭାଯାତ୍ରାରେ କେନ୍ଦୁଝର ରାଣୀ ସୁନନ୍ଦିନୀ ଭଞ୍ଜଦେଓ ଯୋଗ ଦେଇଥିଲେ। କଳସ ଶୋଭାଯାତ୍ରାରେ ଶହଶହ ମହିଳା ବିଭିନ୍ନ ଗ୍ରାମରୁ ଆସି ଯୋଗ ଦେଇଥିଲେ। ପୂଜା କମିଟି ତରଫରୁ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯକ୍ରମ ରଖାଯାଇଛି।
ଆଜି ବିଶିଷ୍ଟ ପାଲାଗାୟକ ଅଜୟ ଦାଶଙ୍କ ଦ୍ଵାରା ସତ୍ୟନାରାୟଣ ପାଲା ପରିବେଷଣ କରାଯିବା ସହ ୩୧ ତାରିଖ ଦିନ ପ୍ରବଚନ କାର୍ଯ୍ୟକ୍ରମ ରଖାଯାଇଛି। ପ୍ରବଚକ ସତ୍ୟ ଚୈତନ୍ୟ ମହାରାଜ ଗୋବର୍ଦ୍ଧନ ମଠ ପୁରୀରୁ ଆସିବାର କାର୍ଯ୍ୟକ୍ରମ ରହିଛି। ୧ ତାରିଖ ଦିନ କୁମାର ବାପି, ସୁଧାକର ପଣ୍ଡାଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହେବ ଏବଂ ଶେଷ ଦିନ ଅର୍ଥାତ ୨ ତାରିଖ ଦିନ ଭସାଣ ଶୋଭାଯାତ୍ରା ରଖାଯାଇଛି।
କମିଟିର ସଭାପତି ରାଜକିଶୋର ସାହୁ ଏବଂ ସମ୍ପାଦକ ମକରଧ୍ବଜ ସାହୁଙ୍କ ଦ୍ଵାରା ଆଜି ସମ୍ବର୍ଦ୍ଧନା ଉତ୍ସବରେ କେନ୍ଦୁଝର ରାଣୀ ସୁନନ୍ଦିନି ଭଞ୍ଜଦେଓ, ଜାତୀୟ ଆଦିବାସୀ କମିସନ ସଦସ୍ୟ ଅନନ୍ତ ନାୟକ, ଘଟଗାଁ ତହସିଲଦାର ଜନକ ନାୟକ, ବିଜେପି ଜିଲ୍ଲା ଉପସଭାପତି ଗୋପୀନାଥ ରାମ, ଅଖିଳ ପାତ୍ର, ପୂଜା କମିଟିର ତୃପ୍ତିରଞ୍ଜନ ସାହୁ, ଅଶେଷ କୁମାର ସାହୁ, ବେଣୁଧର ସାହୁ , କୃପାସିନ୍ଧୁ ଦଳେଇ, ଦିଲୀପ କୁମାର ବେହେରା, ଶୁଭାଶିଷ ଜେନା, ରାଜେଶ ଲାଖୋଟିଆ, ଶ୍ୟାମସୁନ୍ଦର ଚୌଧୁରୀ, କମଲ କିଶୋର, ଅଜିତ ରାଉଳ ଏବଂ ଜଗା ଦାସ ପ୍ରମୁଖ ବହୁ ସଦସ୍ୟଙ୍କ ସହଯୋଗରେ ପୂଜା କାର୍ଯ୍ୟ ପରିଚାଳନା କରାଯାଉଛି। ରାମନବମୀ ପୂଜାରେ ପୂଜକ ହରେକୃଷ୍ଣ ତ୍ରିପାଠୀ, ଅରୁଣ ମିଶ୍ର, ପ୍ରଫୁଲ୍ଲ ମିଶ୍ର ଏବଂ ଅସିତ୍ ମିଶ୍ରଙ୍କ ଦ୍ଵାରା ପୂଜା କାର୍ଯ୍ୟ ଚାଲୁଅଛି ।