ଯୋଡ଼ାରେ ଶ୍ରୀରାମନବମୀ

ଯୋଡା :  ଯୋଡ଼ା ସହରରେ ଶ୍ରୀରାମ ନବମୀ ଅବସରରେ ଯୋଡ଼ା ପୋଷ୍ଟ ଅଫିସ ଛକ ନିକଟ ହନୁମାନ ମନ୍ଦିରରୁ ଶ୍ରଦ୍ଧାଳୁମାନେ ରାମ ଝଣ୍ଡା ନେଇ ଏକ ଶୋଭାଯାତ୍ରାରେ ବାହାରି ଏସବିଆଇ ଛକ ନିକଟ ହନୁମାନ ମନ୍ଦିରରେ ସମବେତ ହୋଇଥିଲେ। ସେଠାରୁ ବିରାଟ ପଟୁଆରରେ ବିଭିନ୍ନ ମନ୍ଦିରକୁ ଯାଇ ରାମ ଝଣ୍ଡା ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଥିଲେ। ଏହି ପଟୁଆରରେ ଯଶବନ୍ତ ସିଂ, ଆର୍ କେ ସିଂ, ଉମେଶ ଶର୍ମା, ବିକାଶ ଫିରୋଜିବାଲା, ସୋନୁ ଚୌଧୁରୀ, ମାରୱାଡ଼ି ସମାଜ ପକ୍ଷରୁ ରାକେଶ ସିଂଘାଣିଆ, ମୁକେଶ ସିଂ ଘାନିଆ, ସୁନିଲ ବାସୋତିଆ, କିଶନ ପଟୱରି ପ୍ରମୁଖ ସାମିଲ ଥିଲେ।

ସହରରେ ଶ୍ରଦ୍ଧାଳୁମାନେ କଳା, ସମର ର୍କୌଶଳ, ଆଖଡ଼ା ଖେଳ ପ୍ରଭୃତି ପରିବେଷଣ କରିଥିଲେ। ସାମ୍ପ୍ରଦାୟିକ ସଦ୍ଭାବ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶାନ୍ତି କମିଟି ଗଠନ କରାଯାଇ ଥିଲା। ଯୋଡ଼ା ମାର୍କେଟର ବରିଷ୍ଠ ନାଗରିକ ମହମ୍ମଦ ମୁକ୍ତାର, ମହମ୍ମଦ ସିରାଜ, ନୌଶ।ଦ୍ ଆଲାମ, ସାକିଲ ଅହମ୍ମଦ, ମହମ୍ମଦ ଫଇମ ପ୍ରମୁଖ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ସେମାନେ ପୂର୍ଣ୍ଣ ରୂପେ ସହଯୋଗ କରିବେ ବୋଲି କହିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ପ୍ରାୟ ୨୦ ପ୍ଲାଟୁନ ଫୋର୍ସ ସହିତ ଦୁଇ ଜଣ ଡିଏସପି ,୧୦ ପୁଲିସ ଇନ୍ସପେକ୍ଟର, ୪୦ ପୁଲିସ ଅଧିକାରୀ ମୁତୟନ ଥିଲେ।

ସମ୍ବନ୍ଧିତ ଖବର