ସମ୍ବଲପୁର: ପୂର୍ବତଟ ‌େରଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଟିଟିଲାଗଡ଼ ସେକ୍‌ସନ ଦୋହରୀକରଣ ପ୍ରକଳ୍ପର ଶେଷ ଅଂଶ ବଡ଼ମାଲରୁ ସିକିର୍‌ ଷ୍ଟେସନ୍‌ ମଧ୍ୟରେ କାମ ଶେଷ ହୋଇଛି। ଶୁକ୍ରବାର ଦକ୍ଷିଣ ପୂର୍ବ ସର୍କଲ୍‌ର ରେଳ ନିରାପତ୍ତା ଆୟୁକ୍ତ ଏଏମ୍ ଚୌଧୁରୀ ଏହାର ଯାଞ୍ଚ କରିଛନ୍ତି।  ଯାଞ୍ଚବେଳେ ଏହି ଲାଇନ୍‌ର ସମସ୍ତ ନିରାପତ୍ତା ସଂକ୍ରାନ୍ତୀୟ ଉପାଦାନ ଯଥା ମୁଣ୍ଡ ଉପରେ ଲାଗିଥିବା ଉପକରଣ, ପୋଲ, ସିଗ୍‌ନାଲ ଓ ଦୂରସଂଚାର ଉପକରଣ, ରେଳ ଧାରଣା ଆଦିର ଯାଞ୍ଚ କରିଥିଲେ।

Advertisment

ଏହି ଅବସରରେ ତାଙ୍କ ଉପସ୍ଥିତିରେ ବଡ଼ମାଲରୁ ସିକିର୍‌ ଷ୍ଟେସନ୍ ମଧ୍ୟରେ ସ୍ପିଡ୍‌ ଟ୍ରାଏଲ୍ ହୋଇଥିଲା। ଯାଞ୍ଚବେଳେ ତାଙ୍କ ସହ ଡିଆର୍‌ଏମ୍‌ ବିନିତ୍ ସିଂହ, ପୂର୍ବତଟ ରେଳବାଇର ପ୍ରମୁଖ ମୁଖ୍ୟ ଯନ୍ତ୍ରୀ ଏନ୍‌ଏସ୍‌ ୟୁଇକି ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅଂଶର ଯାଞ୍ଚ ସହ ସମ୍ବଲପୁରରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଦୋହରୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏହି ନୂଆ ଦୋହରା ଲାଇନ୍‌ର ଔପଚାରିକ କମିସନିଂ ପରେ ପୂରା ସେକ୍‌ସନରେ ରେଳ ଯାତାୟତ ଦ୍ରୁତ ଓ ସୁଗମ ହେବା ସହ ଟ୍ରାଫିକ୍ ସମସ୍ୟାରେ ଅନେକ ସୁଧାର ଆସିବ ବୋଲି ରେଳବାଇ ପକ୍ଷରୁ କହାଯାଇଛି।