ସୋମାକ୍‌ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ, ନାମଲେଖା ୬ରେ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷ ନିମନ୍ତେ ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ଡ୍‌ କଲ୍‌ଚର୍‌ (ସୋମାକ୍‌)ର ଏମ୍‌.ଏ.ଜେ.ଏମ୍‌.ସି ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି ଓ ଏହି ତାଲିକା ‘ସମ୍ବାଦ’ର ଗତ ୨୪ ତାରିଖ ସଂଖ୍ୟାରେ ସ୍ଥାନୀତ ହୋଇଛି। ପରୀକ୍ଷାରେ ମୋଟ ୪୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଆସନ୍ତା ଅଗଷ୍ଟ ୬ ତାରିଖ, ସୋମବାର ପୂର୍ବାହ୍ନ ୧୦ଟାରୁ ୪ଟା ଭିତରେ ‘ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ଡ୍‌ କଲ୍‌ଚର୍‌’, ଏ/୬୨, ନୟାପଲ୍ଲୀ, ଭୁବନେଶ୍ୱରକୁ ଆସି ନାମ ଲେଖାଇ ପାରିବେ। ଏ ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହୀ ପ୍ରାର୍ଥୀମାନେ ୦୬୭୪- ୨୫୬୨୨୫୯ ଏବଂ ୭୦୪୫୭୩୭୫୪୪ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ‘ସୋମାକ୍‌’ର ଅଧ୍ୟକ୍ଷ ଜଣାଇଛନ୍ତି। ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ସାର୍ଟିଫିକେଟ୍‌ର ମୂଳ କପି ଆଣିବାକୁ ପଡ଼ିବ।

ସମ୍ବନ୍ଧିତ ଖବର