ସୋମାକ୍‌ରେ ସାମ୍ବାଦିକତା ପାଠ୍ୟକ୍ରମ : ୧୭ରେ ହେବ ସ୍ପଟ୍‌ ଆଡ୍‌ମିସନ୍‌

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ନିମନ୍ତେ ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ଡ୍‌ କଲ୍‌ଚର୍‌ (ସୋମାକ୍‌) ର ବର୍ଦ୍ଧିତ ସିଟ୍‌ଗୁଡ଼ିକ ପାଇଁ ଆସନ୍ତା ୧୭ ତାରିଖ (ଶୁକ୍ରବାର)ରେ ସ୍ପଟ୍‌ ଆଡ୍‌ମିସନ୍‌ କରାଯିବ। ଯେକୌଣସି ବିଭାଗରେ ସ୍ନାତକ ସହ ଅତି କମ୍‌ରେ ୪୫ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ଏଠାରେ ନାମ ଲେଖାଇ ପାରିବେ। ଆଗ୍ରହୀ ଛାତ୍ରଛାତ୍ରୀ ସେହି ଦିନ ପୂର୍ବାହ୍ନ ୧୦ଟାରେ ‘ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ଡ୍‌ କଲ୍‌ଚର୍‌’, ଏ/୬୨, ନୟାପଲ୍ଲୀ, ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ଏ ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହୀ ପ୍ରାର୍ଥୀମାନେ ଫୋନ୍‌: ୦୬୭୪- ୨୫୬୨୨୫୯ ଏବଂ ୭୦୪୫୭୩୭୫୪୪ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ‘ସୋମାକ୍‌’ର ଅଧ୍ୟକ୍ଷ ଜଣାଇଛନ୍ତି। ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ସମସ୍ତ ସାର୍ଟିଫିକେଟ୍‌ର ମୂଳ କପି ସହ ଏକ ସେଟ୍‌ ଜେରକ୍ସ ନକଲ ଏବଂ ଆଡମିସନ ଦେୟ ସାଙ୍ଗରେ ଆଣିବାକୁ ପଡ଼ିବ।

ସମ୍ବନ୍ଧିତ ଖବର