ଭୁବନେଶ୍ବର: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏବେ ଏହି ଆସନଟି ଖାଲି ପଡ଼ିଛି। ନିୟମ ଅନୁଯାୟୀ, ଆସନ୍ତା ୬ମାସ ମଧ୍ୟରେ ଏହି ଆସନ ପାଇଁ ଉପନିର୍ବାଚନ ହେବ। ଏହାକୁ ନଜରରେ ରଖି ନିର୍ବାଚନ କମିସନ ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ବ ଆଇନ, ୧୯୫୦ର ଧାରା ୨୧ ଅନୁଯାୟୀ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍ଏସ୍ଆର୍) ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସେପ୍ଟେମ୍ବର ୧୪ତାରିଖ ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ ବା ପରିବର୍ତ୍ତନ ହେବ। ୧୫ରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୫ରୁ ୨୯ ପର୍ଯ୍ୟନ୍ତ ଏହା ଉପରେ ଦାବି ଓ ଆପତ୍ତି ଦାଖଲ ଆହ୍ୱାନ କରାଯିବ। ଅକ୍ଟୋବର ୭ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ ହେବ। ଅକ୍ଟୋବର ୯ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ନିର୍ବାଚନ କମିସନଙ୍କ ସୂଚୀ ଦେଖିଲେ ଅନୁମାନ କରାଯାଉଛି ଯେ ଅକ୍ଟୋବର ଶେଷ ସପ୍ତାହ କିମ୍ବା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନୂଆପଡ଼ାରେ ଉପନିର୍ବାଚନ ହେବ।
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଏସ୍ଏସ୍ଆର୍
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏବେ ଏହି ଆସନଟି ଖାଲି ପଡ଼ିଛି। ନିୟମ ଅନୁଯାୟୀ, ଆସନ୍ତା ୬ମାସ ମଧ୍ୟରେ ଏହି ଆସନ ପାଇଁ ଉପନିର୍ବାଚନ ହେବ। ଏହାକୁ ନଜରରେ ରଖି ନିର୍ବାଚନ....
/sambad/media/media_files/2025/09/06/vote-2025-09-06-01-31-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)