ଫୁଲବାଣୀ : ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ରାମାଡ଼ି ଗ୍ରାମରେ ଗଣେଶ ମେଢ ଭସାଣି ବେଳେ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼ ଓ ଏହା ପରେ ଗ୍ରାମର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହୋଇଛନ୍ତି। ଏ ନେଇ ଫୁଲବାଣୀ ସଦର ଥାନାରେ ମାମଲା ରୁଜୁ ହୋଇଛି। ଏଣେ ଗଣ୍ଡଗୋଳରେ ସାମିଲ ଥିବା ଅଭିଯୋଗ କରି ସରପଞ୍ଚଙ୍କ ପୁଅ ସଞ୍ଜିତ ମଲ୍ଲିକ ଓରଫ ପପୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରି ଗ୍ରାମବାସୀ ଫୁଲବାଣୀ-ଗୋଛାପଡ଼ା ଦଡ଼କି ଛକଠାରେ ରାସ୍ତାରୋକ କରିଥିଲେ। ଏତିକିବେଳେ ଗ୍ରାମର ଶତାଧିକ ମହିଳା ଏକାଠି ହୋଇ ସରପଞ୍ଚ ନମିତା ମଲ୍ଲିକଙ୍କୁ ଘରୁ ଟାଣି ଆଣିଥିଲେ। ତାଙ୍କ ପୁଅ ସଞ୍ଜିତକୁ ତୁରନ୍ତ ଗିରଫ ଦାବି କରି ସରପଞ୍ଚଙ୍କୁ ରାସ୍ତା ଉପରେ ବସାଇ ରଖିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଫୁଲବାଣୀ ସଦର ଥାନାଧିକାରୀ ସମୀର କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ଜଣାପଡ଼ିଛି।
ଗଣେଶ ଭସାଣି ପଟୁଆରରେ ଛୁରାମାଡ଼
/sambad/media/post_attachments/wp-content/uploads/2019/04/knife-aattack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)