ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ମହାନ୍ତିପଲି ଗ୍ରାମର କୁଖ୍ୟାତ ଅପରାଧୀ ବିକାଶ ବେହେରାଙ୍କୁ ହତ୍ୟା କରାଯାଇଛି।ଦୀପାବଳୀ ଉତ୍ସବ ପାଳନ ଅବସରରେ ମଧ୍ୟଖଣ୍ଡରେ ବାଣ ଫୁଟାଇବା ସମୟରେ ଦୁଇ ଗୋଷ୍ଠୀ ମଧରେ ଗଣ୍ଡଗୋଳ ହୋଇଥିଲା। ଏହା ଉଗ୍ରରୂପ ନେବା ପରେ କିଛି ବ୍ୟକ୍ତି ବିକାଶଙ୍କୁ ଛୁରାରେ ଆକ୍ରମଣ କରିଥିଲେ। ବିକାଶଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ଦଶପଲ୍ଲାରେ ଭର୍ତ୍ତି କରାଯାଇଥିଲା।
ଅବସ୍ଥା ସାଂଘାତିକ ହେବା ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ନୟାଗଡ଼ରେ ଡାକ୍ତର ବିକାଶଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଏହି ଘଟଣାରେ ପୁଲିସ କିଛି ବ୍ୟକ୍ତିକୁ ଅଟକ ରଖିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟଯେ ବିକାଶ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା। ତାଙ୍କ ନାଁରେ ଦଶପଲ୍ଲା ଥାନା ଠାରୁ ଆରମ୍ଭ କରି ଭୁବନେଶ୍ୱର, ଖୋର୍ଦ୍ଧା ଭଳି ଥାନାରେ ବହୁ ଅପରାଧିକ ମାମଲା ରହିଆସିଛି। ଯାହାକି ସେ ପୁଲିସ ଦ୍ଵାରା ବିଭିନ୍ନ ସମୟରେ ଏନ୍ କାଉଣ୍ଟର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/6-14.jpg)