ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ରେ ଛୁରାମାଡ଼, ଷ୍ଟାମ୍ପ୍‌ ଭେଣ୍ଡର୍‌ଙ୍କ ଛୁଡ଼ାମାଡ଼ରେ ଯୁବକ ଗୁରୁତର

ବ୍ରହ୍ମପୁର : ବ୍ରହ୍ମପୁର ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ରେ ଶୁକ୍ରବାର ସକାଳେ ଗଣ୍ଡଗୋଳ ଘଟିଛି। ଜଣେ ଷ୍ଟାମ୍ପ୍‌ ଭେଣ୍ଡର୍‌ଙ୍କ ଆକ୍ରମଣରେ ଡିଟିପି ଅପରେଟର୍‌ ଗୁରୁତର ଆହତ ହୋଇଛନ୍ତି। ବକେୟା ୫୦୦ ଟଙ୍କା ପାଇଁ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।

ଅଫିସ୍‌ରେ ଷ୍ଟାମ୍ପ୍‌ ବିକ୍ରି କରୁଥିବା ରବୀନ୍ଦ୍ର କୁମାର ପଣ୍ଡା ସେହି କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଟିପି ଅପରେଟର୍‌ କୃଷ୍ଣଚନ୍ଦ୍ର ବେହରାଙ୍କୁ କିଛି କାମ ଦେଇଥିଲେ। କାମ ବାବଦକୁ କୃଷ୍ଣ ୫୦୦ ଟଙ୍କା ପାଇଥାନ୍ତେ। ହେଲେ ଭେଣ୍ଡର୍‌ ଜଣଙ୍କ ଟଙ୍କା ଦେବାରେ ବିଳମ୍ବ କରି ଚାଲିଥିଲେ। ଆଜି କୃଷ୍ଣ ଟଙ୍କା ମାଗିବାକୁ ରବୀନ୍ଦ୍ରଙ୍କ ପାଖକୁ ଯାଇଥିଲେ। ଯାହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ରବୀନ୍ଦ୍ର କାଗଜ କାଟିବା ପାଇଁ ରଖିଥିବା ଛୁରିରେ କୃଷ୍ଣଙ୍କ ଛାତିକୁ ଆକ୍ରମଣ କରିଥିଲେ। ଛୁରା ମାଡ଼ରେ କୃଷ୍ଣଙ୍କ ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ଉଦ୍ଧାର କରି ସିଟି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗଣ୍ଡଗୋଳ ବେଳେ ରବୀନ୍ଦ୍ର ମଧ୍ୟ ସାମାନ୍ୟ ଆହାତ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣା ଉପରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର