ସମ୍ବଲପୁର: ଧନୁପାଲି ଥାନା ଭିଏସ୍ଏସ୍ ମାର୍ଗରେ ଥିବା ନ୍ୟୁ ଅଳଙ୍କାର ଜ୍ବେଲାରିରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମଠପାଲିର କ୍ଷୀରୋଦ ଚନ୍ଦ୍ର ବେହେରାଙ୍କୁ ମଙ୍ଗଳବାର ଭୋର୍ ୪ଟା ସମୟରେ ଭୁଜାଲି ମାଡ଼ ହୋଇଥିଲା। କାଲିବାଡ଼ିର ଅର୍ଜୁନ କୋକ୍ ଭୁଜାଲି ଭଳି ଏକ ଧାରୁଆ ଅସ୍ତ୍ରରେ କ୍ଷୀରୋଦଙ୍କ ବେକକୁ ଆକ୍ରମଣ କରିଥିଲା।
ସେ ସାହାଯ୍ୟ ପାଇଁ ପାଟି କରିବାରୁ ଅର୍ଜୁନ ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ଫେରାର୍ ହୋଇଯାଇଥିଲା। ଏ ନେଇ କ୍ଷୀରୋଦ ମଙ୍ଗଳବାର ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବୁଧବାର ଅଭିଯୁକ୍ତ ଅର୍ଜୁନ କୋକ୍ ଓରଫ ଛୋଟୁକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି। ପୁଲିସ ତା ପଖରୁ ଭୁଜାଲି ଭଳି ଏକ ଧାରୁଆ ଅସ୍ତ୍ର ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-22a.jpg)