ନାବାଳକକୁ ଛୁରା ମାଡ, ଗୁରୁତର ଅବସ୍ଥାରେ କୋରାପୁଟ ସ୍ଥାନାନ୍ତର

ନବରଙ୍ଗପୁର : ନବରଙ୍ଗପୁର ସହରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକ କୁ ଛୁରା ମାଡ । ନାବାଳକ କୁ ଗୁରୁତର ଅବସ୍ଥାରେ କୋରାପୁଟ ସ୍ଥାନାନ୍ତର । ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୯.୩୦ ଘ ସମୟରେ ସ୍ଥାନୀୟ କେଉଟ ସାହି ନିକଟରେ ନାବାଳକ ର ପେଟକୁ ଛୁରା ମାଡ ହୋଇଥିଲା।  ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଯୁବକ  ଜଣକ ହେଲେ ନବରଙ୍ଗପୁର ସହର ମଙ୍ଗରାଜ ସାହିର ବି. ଶ୍ରୀନିବାସ(୧୭) ।

ଆଜି ସେ ବଜାରରୁ ଘରକୁ ଫେରୁଥିବା ସମୟରେ ରାସ୍ତାରେ ହଠାତ୍ କିଛି ଯୁବକ ସଂଗବଧ ଭାବେ  ତାଙ୍କ ପେଟ କୁ ଛୁରା ରେ ଆକ୍ରମଣ କରିଥିଲେ ।  ସ୍ଥାନୀୟ ଲୋକ ପହଞ୍ଚିବା ଦେଖି ଆକ୍ରମଣକାରୀ ଯୁବକ ମାନେ ଘଟଣା ସ୍ଥଳ ରୁ ଫେରାର ହେଇଯାଇଥିଲେ  ।  ଶ୍ରୀନିବାସ ଙ୍କୁ ସ୍ଥାନୀୟ ଯୁବକ ମାନେ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ଆକ୍ରମଣର କୌଣସି ସ୍ପଷ୍ଟ କାରଣ ଜଣାପଡିନଥିଲେ ମଧ୍ୟ  ପୂର୍ବସତ୍ରୁତାକୁ କେନ୍ଦ୍ର କରି ଏପରି ଆକ୍ରମଣ ହୋଇଥିବା  ସନ୍ଦେହ କରାଯାଉଛି ।  ନବରଙ୍ଗପୁର ଡାକ୍ତରଖାନାରେ ଗୁରୁତର ଶ୍ରୀନିବାସକୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର