ଜବରଦଖଲରେ ଜମିରେ ୧୪୪ ଧାରାକୁ ନେଇ ଛାନଭିନ୍‌, ଏସ୍‌ଟିଏଫ୍‌ ଟିମ୍‌ର ଖୋଳତାଡ଼,

କେନ୍ଦ୍ରାପଡ଼ା:ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସ୍‌ମାନ ଅଲ୍ଲୀ ଦ୍ୱାରା ଗୋପ ଛକ ନକିଟରେ ଜଣେ ମହିଳାଙ୍କ ୩୬ ଡିସିମିଲ ଜମି ଜବରଦଖଲ ଘଟଣାରେ ପୁଣିଥରେ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟାସ୍କଫୋର୍ସ। ଆଜି ଦୁଇ ଜଣିଆ ଟିମ୍‌ ଡିଏସ୍‌ପି ବିଳାସିନୀ ନାୟକ ଓ ଇନ୍ସପେକ୍ଟର ସାବିତ୍ରୀ ଆଚାର୍ଯ୍ୟ ପ୍ରଥମେ ଏସ୍‌ଡିିପିଓ ଅଫିସ୍‌ ଓ ପରେ ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିି ଏହି ଜମି ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ କରିଥିଲେ। ଉପଜିଲ୍ଲାପାଳ ସଂଜୟ କୁମାର ଅନ୍ୟ କାମରେ ବାହାରକୁ ଯାଇଥିବାରୁ ଟିମ ନିରାଶ ହୋଇଥିଲା। ରାହାମା ଅଞ୍ଚଳର ସରୋଜିନୀ ମିଶ୍ର ନାମକ ଜଣେ ମହିଳା ଅଭିଯୋଗ କରିଥିଲେ ଯେ ଟିଟୋ ଓ ତାର ସହଯୋଗୀମାନେ ଉକ୍ତ ଜମିକୁ ଜୋରଜବରସ୍ତ ନିଜ ଅକ୍ତିଆରରେ ରଖି ସେଠାରେ ମୋରମ୍‌, ବାଲି ଗଦା କରିଥିଲେ। ଜମି ବିଷୟରେ କହିଲେ ଧମକ ଚମକ ଦିଆଯାଉଥିଲା । ତାଙ୍କ ଅଭିଯୋଗକ୍ରମେ ଏସ୍‌ଟିଏଫ୍‌ ଏକ ମାମଲା ରୁଜୁ କରିଥିବା ବେଳେ ଡିଏସ୍‌ପିି ନାୟକ ଉକ୍ତ ମାମଲାର ତଦନ୍ତ କରୁଛନ୍ତି । ଗ୍ୟାଙ୍ଗଷ୍ଟର ଟିଟୋର ଜମି କିଣାବିକାରେ ସହାୟତା ଯୋଗାଇ ଆସିଥିବା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର କମଳେଶ ଚଇନିକୁ ଏସ୍‌ଟିଏଫ୍‌ ପୂର୍ବରୁ ଗିରଫ କରିଥିଲା। ଗତକାଲି ମଧ୍ୟ ଏସ୍‌ଟିଏଫ୍‌ର ଏକ ଟିମ୍‌ ବଡ଼ ହାଟ, ଦିଲାରପୁରରେ ଛାନଭିନ୍‌ କରିଥିଲେ।

ସମ୍ବନ୍ଧିତ ଖବର