ଭୁବନେଶ୍ବର : ରାଜ୍ୟର ସର୍ବପୁରାତନ ତଥା ସ୍ବନାମଧନ୍ୟ ରେଭେନ୍ସା କଲିଜିଏଟ୍ ସ୍କୁଲର ସାମଗ୍ରିକ ବିକାଶ ପାଇଁ ଏକ କର୍ମକର୍ତ୍ତା ପରିଷଦ ଗଠିତ ହୋଇଛି। ବିଦ୍ୟାଳୟ ଛାତ୍ରାବାସ ଅନ୍ତେବାସୀମାନଙ୍କୁ ନେଇ ନବ ଗଠିତ ଏହି ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ପ୍ରଦୀପ୍ତ ମହାପାତ୍ର ଓ ନବକିଶୋର ସାମଲଙ୍କୁ ପରିଷଦର ଉପଦେଷ୍ଟା ଦାୟିତ୍ବ ଅର୍ପଣ କରାଯାଇଛି। କାଳିନ୍ଦୀ ଚରଣ ସାହୁ-ସଭାପତି, ସମ୍ପଦ ନାୟକ- ଉପସଭାପତି, ବଦ୍ରିକାନାଥ ମହାପାତ୍ର-ସଂପାଦକ, ପୂର୍ଣ୍ଣଚନ୍ଦ୍ର ମିଶ୍ର ସହ-ସଂପାଦକ ଓ ସୌମ୍ୟକାନ୍ତ ଶତପଥୀ-କୋଷାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପରିଷଦର ନିର୍ଦ୍ଦେଶକ ମଣ୍ଡଳୀକୁ ପବିତ୍ର କୁମାର ପ୍ରଧାନ, ବସନ୍ତ କୁମାର ସାହୁ, ପ୍ରମୋଦ କୁମାର ମିଶ୍ର, ବିକ୍ରମ କେଶରୀ ସାହୁ, ଅକ୍ଷୟ କୁମାର ବେଉରିଆ, ଅମରଜିତ୍ ଜେନା, ବ୍ରଜବଲ୍ଲଭ କର ଏବଂ ବିଷ୍ଣୁ ପ୍ରସାଦ ଦାସ ମନୋନୀତ ହୋଇଛନ୍ତି। ଦୁଇ ବର୍ଷ ପାଇଁ ଉପରୋକ୍ତ କର୍ମକର୍ତ୍ତା କାର୍ଯ୍ୟ କରିବେ। ଭୁବନେଶ୍ବରରେ ଅନୁଷ୍ଠିତ ଏକ ବୈଠକରେ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ ସହ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା।
ରେଭେନ୍ସା କଲିଜିଏଟ୍ ସ୍କୁଲର ସାମଗ୍ରିକ ବିକାଶ ପାଇଁ ପୁରାତନ ଅନ୍ତେବାସୀଙ୍କୁ ନେଇ କର୍ମକର୍ତ୍ତା ପରିଷଦ
/sambad/media/post_attachments/wp-content/uploads/2022/07/Ravenshaw-Collegiate-Schoo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)