ଭୁବନେଶ୍ବର : ପ୍ରଦେଶ କଂଗ୍ରେସ ମୁଖପାତ୍ର ପଦରୁ ହଟିଛନ୍ତି ଷ୍ଟାଲିନ୍ ମିଶ୍ର। ଗଣମାଧ୍ୟମରେ ଆପତ୍ତିଜନକ ପ୍ରତିକ୍ରିୟା ଦେଇ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ର ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ। ନିଜର ମନ୍ତବ୍ୟକୁ ପ୍ରତ୍ୟାହାର କରିବାର ପରାମର୍ଶକୁ ଗ୍ରହଣ କରି ନ ଥିଲେ। ତେଣୁ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ସୁପାରିସକ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ଷ୍ଟାଲିନ୍ ମିଶ୍ରଙ୍କୁ ପିସିସି ମୁଖପାତ୍ର ପଦରୁ ବହିଷ୍କାର କରିଛନ୍ତି। ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଏ ସଂପର୍କରେ ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp