ଖୋର୍ଦ୍ଧା: ବିଧାନସଭା ଷ୍ଟାଣ୍ଡିଂ କମିଟି-୩ ଓ ସବ୍ କମିଟି ୬ ଖୋର୍ଦ୍ଧା ଜିଲ୍ଲା ସଦରମହକୁମା ଗସ୍ତ କରିବା ସହ ହସ୍ତତନ୍ତ, ସମବାୟ ଆଦି ବିଭାଗର ବୁଧବାର ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ କମିଟିର ଅଧ୍ୟକ୍ଷ ତଥା ଜୟଦେବ ବିଧାୟକ ଅରବିନ୍ଦ ଢାଲି, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଖୋର୍ଦ୍ଧା ଗସ୍ତ କରିଥିଲେ। ପ୍ରଥମେ କେତେକ ମଣ୍ଡି ବୁଲି ପ୍ରାଥମିକ କୃଷି ସମବାୟ ସମିତିର କାର୍ଯ୍ୟ, ଧାନ ସଂଗ୍ରହ ଆଦି ତଦାରଖ କରିଥିଲେ। ସ୍ଥାନୀୟ ସଦସ୍ୟ, କର୍ମକର୍ତ୍ତା ଓ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଯୋଗାଣ ବିଭାଗ, ସମବାୟ ଓ ହସ୍ତତନ୍ତ ଆଦି ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକ ପରେ ଶ୍ରୀ ଢାଲି ସମୀକ୍ଷା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସେମାନେ ଧାନମଣ୍ଡି ଓ ସମବାୟ ସମିତି ଆଦି ଗସ୍ତ କରିଥିଲେ। ତାଙ୍କ ସହ ଯୋଗାଣ ବିଭାଗ ଅଧିକାରୀ, ସମବାୟ ସହକାରୀ ରେଜିଷ୍ଟାରଙ୍କ ସମେତ ଅନ୍ୟ କର୍ମଚାରୀ ଥିଲେ। ଲୋକଙ୍କ ଠାରୁ ପ୍ରତ୍ୟକ୍ଷ ସମସ୍ୟା ଶୁଣିବା ପରେ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ପରାମର୍ଶ ଦେଇଛୁ। ମଣ୍ଡିରେ କୌଣସି ଚାଷୀଙ୍କ ଧାନର କଟନିଛଟନି, ଧାନ ସଂଗ୍ରହରେ ସମସ୍ୟା ସମ୍ପର୍କରେ କୌଣସି ଅଭିଯୋଗ କରିନାହାନ୍ତି, କେବଳ ଆରଏମସି ଓ ସମବାୟ ସମିତି ଆଦିର କିଛି କମିସନ ବଳକା ରହିଛି। ଏହା ପ୍ରଦାନ କଲେ ସେମାନେ ନିଜର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ କରିବେ ବୋଲି କହିଛନ୍ତି। ଏନେଇ ସରକାରଙ୍କ ସହ ଆଲୋଚନା କରି ଖୁବଶୀଘ୍ର କମିସନ ପ୍ରଦାନର ବ୍ୟବସ୍ଥା କରାଯିବ। ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Khordha-re-Assembly-Standing-committee-ra-samikhya.jpg)