ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶା ଦାୟିତ୍ୱରେ ଥିବା ଏ.ଆଇ.ସି.ସି ସାଧାରଣ ସଂପାଦକ ଜିତେନ୍ଦ୍ର ସିଂହ, ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶା କଂଗ୍ରେସର ଅତିରିକ୍ତ ପ୍ରଭାରୀ ଟି.ଏସ୍.ସିଂହଦେଓ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନାମ ସର୍ବାଗ୍ରେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାଛଡ଼ା ରାଜ୍ୟର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ,ରାମଚନ୍ଦ୍ର ଖୁଣ୍ଟିଆ,ଜି.ରୁଦ୍ର ରାଜୁ, ଶରତ ରାଉତ, ବିଶ୍ୱରଂଜନ ମହାନ୍ତି , ଭକ୍ତଚରଣ ଦାସ, ରଞ୍ଜିବ ବିଶ୍ୱାଳ, ଦଳୀୟ ସାଂସଦ ସପ୍ତଗିରି ଉଲାକା,ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା,ତାରା ପ୍ରସାଦ ବାହିନୀପତି,ରମେଶ ଚନ୍ଦ୍ର ଜେନା,ଅଧିରାଜ ମୋହନ ପାଣିଗ୍ରାହୀ,ଦାଶରଥି ଗମାଙ୍ଗ,ମହମ୍ମଦ ମୋକିମ୍ , ସି.ଏସ୍ ରାଜନ୍ ଏକ୍କା,ପୂର୍ବତନ ପି.ସି.ସି ସଭାପତି ଜୟଦେବ ଜେନା ,ଶରତ ପଟ୍ଟନାୟକ ,ପ୍ରସାଦ ହରିଚନ୍ଦନ ପ୍ରମୁଖଙ୍କ ନାମ ଏହି ତାଲିକାରେ ରହିଛି।