ନିର୍ବାଚନ ପାଇଁ ଷ୍ଟାର୍ ୱାର୍

ପୁଣି ଆସିବେ ରାହୁଲ ଗାନ୍ଧୀ, ରାଜନାଥ, ଯୋଗୀ ଆଦିତ୍ୟନାଥ ବି ଆସିବେ, ବହୁ କେନ୍ଦ୍ର ମନ୍ତ୍ରୀଙ୍କୁ ନେଇ ବିଜେପିର ନିର୍ବାଚନୀ ପ୍ରସ୍ତୁତି

ଭୁବନେଶ୍ବର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିବେ ଫେବ୍ରୁଆରି ‌ଶେଷ ସପ୍ତାହରେ। ସାଙ୍ଗରେ ଆସିପାରନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ। ଲଗାତର ଦୁଇ ଥର ଓଡ଼ିଶା ଆସି କଂଗ୍ରେସକୁ ବଳ ଦେଇଥିଲା ବେଳେ ତାହାକୁ ବଜାୟ ରଖିବାକୁ ଦଳ ଏଭଳି ଯୋଜନା କରିଛି।

ଫେବ୍ରୁୂଆରି ‌୧୫ରେ ଆସିବେ ବିଜେପି ଅଧ୍ୟକ୍ଷ ଅମିତ ଶାହ। ୧୭ରେ ଆସିବେ ରାଜନାଥ ସିଂହ। ତାଙ୍କ ପରେ ଆସିବେ ଯୋଗୀ ଆଦିତ୍ୟନାଥ। ପରେ ପରେ ଆହୁରି ଅନେକ କେନ୍ଦ୍ର ମନ୍ତ୍ରୀ। ଏମାନଙ୍କ ଓଡ଼ିଶା ଆସି ବିଜେପି ନେତା ଓ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଫୁଙ୍କିବେ।

ଦେଶରେ ସାଧାରଣ ନିର୍ବାଚନ ପାଇଁ ଦିନ ଗଣନା ଆରମ୍ଭ ହୋଇଯାଇଛି। ସମ୍ଭବତଃ ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚରଣ ଆଚରଣ ବିଧି ଲାଗୁ ହୋଇପାରେ। ଏଭଳି ପରିସ୍ଥିତିରେ ସବୁ ପ୍ରମୁଖ ବିେରାଧୀ ଦଳ କଂଗ୍ରେସ ଓ ବିେଜପି କ୍ଷମତା ଦଖଲ ପାଇଁ ଓଡ଼ିଶାରେ ବଳ କଷାକଷି ଆରମ୍ଭ କରିଛନ୍ତି। ଉଭୟ ଦଳ ନିଜ ନିଜର ଶୀର୍ଷ ନେତୃତ୍ବକୁ ନେଇ ଏଠାରେ ଭାଗ୍ୟ ପରୀକ୍ଷା କରିବାଲାଗି ପାଗ ଭିଡିଛନ୍ତି। ଗତ କିଛି ଦିନ ମଧ୍ୟରେ ବିଜେପିର ଦୁଇ ଶୀର୍ଷ ନେତା ନରେନ୍ଦ୍ର ମୋଦୀ ୩ ଥର, ଅମିତ ଶାହ ୨ ଥର ଓଡ଼ିଶାକୁ ଆସିଥିଲା ବେଳେ ରାହୁଲ ଗାନ୍ଧୀ ଦୁଇ ଥର ଗସ୍ତ କରିସାରିଲେଣି।

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ ଦଳ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଉଭୟ ଦଳର ରାଜ୍ୟ ନେତୃତ୍ବ ଭାବି ନେଇଛନ୍ତି। ଏ ପର୍ଯ୍ୟନ୍ତ ଏହି ଦୁଇ ଜାତୀୟ ଦଳର ଅଧ୍ୟକ୍ଷ ନିଜ କର୍ମୀମାନଙ୍କୁ ନିରାଶ କରି ନାହାନ୍ତି। ବିରୋଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ନେଇ ନିଜ କର୍ମୀଙ୍କ ମନୋବଳ ସେମାନେ ବଢ଼ାଇଛନ୍ତି। ତେଣୁ ଆଗକୁ ଏହି ଧାରା ଜାରି ରହିବ ବୋଲି ନେତା ଓ କର୍ମୀମାନେ ଭାବି ନେଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଫେବ୍ରୁଆରି ‌େଶଷ ସପ୍ତାହରେ ରାହୁଲ ଗାନ୍ଧୀ ଆସିବେ ବୋଲି ଆପାତତଃ ଚୂଡ଼ାନ୍ତ ହୋଇଛି। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଆସିବା ପାଇଁ ନିମନ୍ତ୍ରଣ କରାଯାଇଛି। ରାହୁଲଙ୍କ ଗସ୍ତର ନିର୍ଦ୍ଦିଷ୍ଟ ତାରିଖ ଓ ସ୍ଥାନ ଚୂଡ଼ାନ୍ତ ହୋଇ ନାହିଁ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ୧୭ ତାରିଖlରେ ଉତ୍ତର ଓଡ଼ିଶାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ତାହା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଆସିବେ। ସେ ଏଠାରେ ଦଳୀୟ ପ୍ରଚାରର ମଙ୍ଗ ଧରିବେ। ଏହା ବାଦ୍ ସୂକ୍ଷ୍ମ, ଲଘୁ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଗିରିରାଜ ସିଂହ, ଗ୍ରାମୀଣ ବିକାଶ ରାଷ୍ଟ୍ର ମନ୍ତ୍ରୀ ରାମକୃପାଲ ଯାଦବ, ସଡ଼କ ପରିବହନ ରାଷ୍ଟ୍ର ମନ୍ତ୍ରୀ ମନସୁଖଭାଇ ମଣ୍ଡାଭିଆ ପ୍ରମୁଖ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଦୀର୍ଘ ୧୯ ବର୍ଷ ଧରି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଥିବା ସରକାରକୁ ହଟାଇବା ପାଇଁ ଓଡ଼ିଶାବାସୀ ମନ ବଳାଇ ସାରିଲେଣି। ରାଜ୍ୟରେ ସୁଶାସନ ପ୍ରତିଷ୍ଠା କରିବା ପାଇଁ ବିଜେପି ହିଁ ଏକମାତ୍ର ବିକଳ୍ପ। ମିସନ୍ ୧୨୦କୁ ସଫଳ କରିବା ପାଇଁ ଆଗାମୀ ଦିନରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ଓ ‌େନତା ପହଞ୍ଚି ଉଦ୍‌ବୋଧନ ଦେବେ। ସେହିପରି ‘ମୋ ଘର ଭାଜପା ଘର’ କାର୍ଯ୍ୟକ୍ରମରେ ବୁଥ୍‌ ସ୍ତର‌େର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ‘କମଳ ଜ୍ୟୋତି’ ସଂକଳ୍ପ କାର୍ଯ୍ୟକ୍ରମ ବୁଥ୍‌ ସ୍ତରରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର