ଜଟଣୀ: ଆଜି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ‘ଘରେ ଘରେ ଶଙ୍ଖ : ମତାମତ ଦିଅନ୍ତ ଆପଣ, ପାଳନ କରନ୍ତି ନବୀନ’ ଅଭିଯାନ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ନିର୍ବାଚନମଣ୍ଡଳୀର ପ୍ରଧାନସାହି ପଞ୍ଚାୟତ ଅନ୍ତର୍ଗତ କଣ୍ଟିଲୋ ଗ୍ରାମରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଜରିଆରେ ବିଜୁ ମହିଳା ଜନତା ଦଳର କର୍ମୀ ଓ ଦଳର କାର୍ଯ୍ୟକର୍ତ୍ତା ରାଜ୍ୟର ୮୬ ଲକ୍ଷ ପରିବାର ପାଖକୁ ଯିବେ। ସାଧାରଣ ଲୋକ ସରକାରଙ୍କ ଠାରୁ କ’ଣ ଆଶା ରଖନ୍ତି, ତାହାର ଏକ ତାଲିକା ପ୍ରସ୍ତୁତ କିରବେ। ସେହି ମତାମତକୁ ନେଇ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ। ଆଜିର କାର୍ଯ୍ୟକ୍ରମରେ ଜଟଣୀ ନିର୍ବାଚନମଣ୍ଡଳୀର ହଜାର ହଜାର ପୁରୁଷ ଓ ମହିଳା ସାମିଲ୍ ହୋଇଥିଲେ। ପ୍ରଥମେ ଜଣେ ମହିଳା ପରାମର୍ଶ ପତ୍ର ପୂରଣ କରି ନିର୍ଦ୍ଧାରିତ ବାକ୍ସରେ ପକାଇଥିଲେ। କାର୍ଯ୍ୟକ୍ରମରେ ଜଟଣୀର ପୂର୍ବତନ ବିଧାୟକ ତଥା ଖୋର୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତିଭୂଷଣ ବଳବନ୍ତରାୟ ନେତୃତ୍ବ ନେଇଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ, ବିଜୁ ଯୁବ ବାହିନୀ ମୁଖ୍ୟ ଅରୂପ ପଟ୍ଟନାୟକ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଖୋର୍ଧା ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ ଦଳେଇ ଓ କୁନା ତ୍ରିପାଠୀଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।
ଆରମ୍ଭ ହେଲା ‘ଘରେ ଘରେ ଶଙ୍ଖ’ ଅଭିଯାନ
/sambad/media/post_attachments/wp-content/uploads/2019/03/Untitled-7-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)