ବରଗଡ଼ ଜିଲ୍ଲାରେ ଅନାହାର ମୃତ୍ୟୁ

ବରଗଡ଼ : ବରଗଡ଼ ଜିଲ୍ଲାରେ ଅନାହାର ମୃତ୍ୟୁର ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି। ଖାଇବାକୁ ନପାଇ ଅତାବିରା ବ୍ଲକ ଅମଲିପାଲି ପଞ୍ଚାୟତ ବାଟିମୁଡା ଗାଁର ସେବତୀ ବିଶ୍ୱାଳ (୪୨)ଙ୍କ ଅନାହାରରେ ମୃତ୍ୟୁ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ସେବତୀଙ୍କ ସ୍ୱାମୀ ଧନଞ୍ଜୟ ମୂଲିଆ କାମ କରୁଥିଲେ। ବର୍ଷେ ହେଲା ସେ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ। ତେଣୁ ପରିବାର ଆର୍ଥିକ ସଂକଟ ଦେଇ ଗତି କରୁଥିଲା। ଅର୍ଥାଭାବ ଯୋଗୁଁ ନବମ ଶ୍ରେଣୀ ପଢୁଥିବା ଝିଅ ଏବଂ ଷଷ୍ଠ ପଢୁଥିବା ପୁଅ ବି ପାଠ ଛାଡ଼ି ଦେଇଥିଲେ। ଘରେ ଯେତିକି ସମ୍ବଳ ଥିଲା ସେ ସବୁ ଧନଂଜୟଙ୍କ ଚିକିତ୍ସା ବାବଦକୁ ଖର୍ଚ୍ଚ ହୋଇସାରିଥିଲା। ଶେଷରେ ଅତ୍ୟଧିକ ଦୁର୍ବଳ ହୋଇ ସୋମବାର ସଂଧ୍ୟାରେ ସେ ଆଖି ବୁଜି ଦେଇଥିବା ଗାଁ ଲୋକେ କହୁଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ (ରାତି ସାଢେ ୧୨ଟା) ସେବତୀଙ୍କ ଶବ ଘରେ ପଡ଼ି ରହିଥିଲା।

ସମ୍ବନ୍ଧିତ ଖବର