ଭୁବନେଶ୍ୱର: ରାଜ୍ୟର ବ୍ୟାଙ୍କ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ଦରମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଫନି ପ୍ରଭାବିତ ଅଂଚଳରେ ଏହି ଟଙ୍କା ଖର୍ଚ୍ଚ ହେବ। ବାତ୍ୟା ଯୋଗୁଁ ଉପକୂଳବର୍ତ୍ତୀ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ମଧ୍ୟ ଆଇଏଏସ୍ (ଭାରତୀୟ ପ୍ରଶାସନିକ ସେବା) ସଂଘ ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛି। ରାଜ୍ୟ ରାଜ୍ୟର ଆଇଏଏସ୍ ସଂଘର ପ୍ରତି ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦-୧୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫନି ପାଇଁ ଏଯାଏଁ ବ୍ୟକ୍ତିଗତ, ସାମୂହିକ ଭାବେ ବହୁତ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆସିସାରିଛି।
ସୂଚନାଯୋଗ୍ୟ ବାତ୍ୟା ପରେ ଏଯାଏଁ ଛତିଶଗଡ଼, ମହାରାଷ୍ଟ୍ର, କେରଳ, ତାମିଲନାଡୁ ୧୦-୧୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସେହିଭଳି କେନ୍ଦ୍ର ସରକାର ୨ଟି ପର୍ଯ୍ୟାୟରେ ୧୩୪୧ କୋଟି ଟଙ୍କା ବାତ୍ୟା ସହାୟତା ମଂଜୁର କରିଛନ୍ତି। ଏତଦ୍ ବ୍ୟତୀତ ବଲିଉଡ ଅଭିନେତା ଅକ୍ଷୟ କୁମାର କୋଟିଏ ଟଙ୍କା, ବୌଦ୍ଧ ଧର୍ମଗୁରୁ ଦଲାଇଲାମା ୧୦ ଲକ୍ଷ ଟଙ୍କା ବାତ୍ୟା ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହିପରି କର୍ଣ୍ଣାଟକ ସରକାରଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ମଧ୍ୟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାର୍ତ୍ତାଳାପ କରି ଆବଶ୍ୟକ ସହଯୋଗ କରିବାକୁ ପ୍ରସ୍ତାବ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/fani1-2.jpg)