ରାହୁଲ ଗାନ୍ଧୀ ଜଣେ ମିଥ୍ୟାବାଦୀ, ହିଂସ୍ର ଓ ଆତଙ୍କବାଦୀ: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ବର: ରାହୁଲ ଗାନ୍ଧୀ ଲୋକସଭାରେ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, କଂଗ୍ରେସ ୫୬ ବର୍ଷ ଦେଶକୁ ଶାସନ କରିଛି ତେଣୁ ସେମାନଙ୍କର ବିରୋଧୀ ଦଳରେ ବସିବାର ଅଭ୍ୟାସ ନାହିଁ। ସେଥିପାଇଁ ସେମାନେ ଅଣ ନିଶ୍ୱାସୀ ହୋଇଛନ୍ତି, ମାନସିକ ଭାରସାମ୍ୟ ହରାଇଛି କଂଗ୍ରେସ। ରାହୁଲ ଗାନ୍ଧୀ କଣ କୁହନ୍ତି ନିଜେ ବୁଝି ପାରନ୍ତି ନାହିଁ। ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ, ଆତଙ୍କବାଦୀ କହିବାକୁ ବିଜେପି ନିନ୍ଦା କରୁଛି। ଯାହା ୧୪୦ କୋଟି ଭାରତୀୟ ଏବଂ ସାଢେ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛି। ହିନ୍ଦୁ ମାନଙ୍କର ସ୍ବାଭିମାନ ଓ ଆତ୍ମ ସମ୍ମାନ ଉପରେ ଯେଉଁମାନେ ଆଘାତ କରିଛନ୍ତି, ସେମାନେ କେହି ରହି ନାହାନ୍ତି।

ଏହାସହ ମନମୋହନ କହିଛନ୍ତି, ଯେଉଁ ଗାତ ଯିଏ ଖୋଳନ୍ତି, ସେହି ଗାତରେ ସେମାନେ ପଡ଼ନ୍ତି। ଦେଶ ନରହିଲେ କେହି ରହିବେ ନାହିଁ । ଦେଶ ନ ରହିଲେ ରାହୁଲ ଗାନ୍ଧୀ ବି ରହିବେ ନାହିଁ, ଦେଶ ରହିଲେ ସବୁ ଦଳ ରହିବେ। ହିନ୍ଦୁମାନଙ୍କ ବିନା ଭାରତର ପରିକଳ୍ପନା ଅସମ୍ଭବ। ଭାରତର ଗରିମା ନଷ୍ଟ କରିବାର କାହାର ଅଧିକାର ନାହିଁ । ହିନ୍ଦୁତ୍ୱ ଏକ ଜୀବନ ଧାରା ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଭାରତକୁ ହିନ୍ଦୁସ୍ଥାନ ବୋଲି କୁହାଯାଏ। ସମସ୍ତେ ହିନ୍ଦୁ ବିଚାର ଧାରା ପାଇଁ ଲଢ଼ୁଥିଲେ। ରାହୁଲ ଗାନ୍ଧୀ ଜଣେ ମିଥ୍ୟାବାଦୀ, ହିଂସ୍ର ଓ ଆତଙ୍କବାଦୀ।

ଜଣେ ଦାୟିତ୍ଵ ହୀନ ବ୍ୟକ୍ତି ଭାବେ ରାହୁଲ ଗାନ୍ଧୀ ଯାହା କହିଲେ, ତାହା ଭାରତବାସୀ, ଓଡିଶାବାସୀଙ୍କୁ ଆଘାତ ଦେଇଛି । ହିନ୍ଦୁତ୍ୱ ଅଛି ବୋଲି ଏଠାରେ ଗଣତନ୍ତ୍ର ରହିଛି । ଅନ୍ୟ ଦେଶରେ କଣ ହେଉଛି ତାହା ପୂରା ବିଶ୍ୱ ଦେଖୁଛି । ରାହୁଲ ଗାନ୍ଧୀ ଯଦି କଥା କହିପାରୁଛନ୍ତି ତେବେ ତାହା କେବଳ ଭାରତର ଗଣତାନ୍ତ୍ରିକ ଓ ରାଜନୈତିକ ବ୍ୟବସ୍ଥା ପାଇଁ ସମ୍ଭବପର ହୋଇପାରିଛି । ଯିଏ ସମ୍ବିଧାନକୁ ସମ୍ମାନ ଦେଇ ପାରିଲେ ନାହିଁ । ନିଜ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଇ ପାରିଲେ ନାହିଁ, ସେ ଲୋକ ଠାରୁ ଅଧିକ ଆଶା କରିବା ବୃଥା ବୋଲି କହିଛନ୍ତି ମନମୋହନ ସାମଲ।

ଜରୁରୀକାଳୀନ ପରିସ୍ଥିତିରେ ଲକ୍ଷ ଲକ୍ଷ ଲୋକଙ୍କୁ ଜେଲରେ ପୁରାଇଲେ। କ୍ଷମତା ପାଇଁ ଦେଶକୁ ତୁଚ୍ଛ କରିପାରେ କଂଗ୍ରେସ। ୧୯୮୪ ମସିହାରେ ଶିଖମାନଙ୍କୁ ନର ସଂହାର କରିଥିଲା କଂଗ୍ରେସ। କ୍ଷମତାରେ ଅନ୍ଧ ହୋଇ କଂଗ୍ରେସ ପୂର୍ବରୁ କଣ କରିଛି ତାହା ପୂର୍ବରୁ ଦେଶ ଦେଖିଛି। ଓଡ଼ିଶାରେ କାହିଁକି କଂଗ୍ରେସ ଲୋପ ପାଇଗଲା। କଂଗ୍ରେସ ଆତ୍ମସମୀକ୍ଷା କରିବା ଉଚିତ୍। କାହିଁକି ସେମାନେ ଆଜି ଏଭଳି ଅବସ୍ଥାରେ ଅଛନ୍ତି। ଲୋକସଭାରେ କାହିଁକି ୪୨୫ରୁ ଆଜି କଂଗ୍ରେସ ଏଭଳି ଅବସ୍ଥାରେ ପହଞ୍ଚିଛି। କଂଗ୍ରେସ ଏନେଇ ଆତ୍ମସମୀକ୍ଷା କରିବା ଆବଶ୍ୟକ। ଲୋକଙ୍କୁ ତୁଚ୍ଛ ମନେକରିବା ଓ ପରିବାରବାଦକୁ ଉତ୍ସାହିତ କରିବାର ଫଳ ଭୋଗୁଛି କଂଗ୍ରେସ । କିଛି ଏଭଳି କହି କଂଗ୍ରେସର କଟାକ୍ଷର ତୀର ମାରିଛନ୍ତି ମନମୋହନ ସାମଲ।

ରାହୁଲ ଗାନ୍ଧୀ ଚୀନ ଓ ପାକିସ୍ତାନକୁ ପ୍ରଶଂସା କରନ୍ତି। ତାଙ୍କ ବିଷୟରେ ଯେତେ ନିନ୍ଦା କଲେ କମ୍ ହେବ। କଂଗ୍ରେସ ନିଜର ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ। ସଂସଦର ଗାରିମା ନଷ୍ଟ ନ କରିବାକୁ ବରିଷ୍ଠ ନେତାମାନେ ରାହୁଲ ଗାନ୍ଧୀଙ୍କୁ ବୁଝାଇବା ଦରକାର ବୋଲି କହିଛନ୍ତି ମନମୋହନ ସାମଲ। ଦେଶଭକ୍ତିକୁ ନେଇ ଆମ ନେତାଙ୍କ ଉପରେ କେହି ଆଙ୍ଗୁଳି ଉଠାଇପାରିବେନି। ରାହୁଲ ଗାନ୍ଧୀ ସଂସଦରେ ଯେଉଁ କଥା କହିଛନ୍ତି ତାହା ହିନ୍ଦୁମାନଙ୍କୁ ବହୁତ ବାଧିଛି।

ସମ୍ବନ୍ଧିତ ଖବର