ଭୁବନେଶ୍ବର: ଗତାକଲି ପିପିଲି ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବା ପରେ ଆଜି ଏହାକୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ଏନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ୫ ଟି ପ୍ରଶ୍ନ ପଚରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପଚାରିଛନ୍ତି କି, ମୁଖ୍ୟମନ୍ତ୍ରୀ ଏବେଠାରୁ ଯଦି ପିପିଲି ଦାୟିତ୍ୱ ନେବେ ତେବେ ପୂର୍ବରୁ କିଏ ନେଇଥିଲା । ସେହିଭଳି ଫନି ପରେ ଅନେକ ଲୋକ କାହିଁକି ଭଙ୍ଗା କୁଡିଆରେ ରହୁଛନ୍ତି ତା’ର ଉତ୍ତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ସେ ପଚାରିଛନ୍ତି ।
ପିପିଲିର ଚାନ୍ଦୁଆ କଥା କହୁଥିବା ବେଳେ କିଏ ହିଂସ୍ର କରିଛି ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ । ଅନ୍ୟପଟେ ବହୁ ଚର୍ଚ୍ଚିତ ବେବିନା ଓ ଇତିଶ୍ରୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କୁ ନ୍ୟାୟ ମିଳିଛି କି ବୋଲି ସମୀର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।
କହିରଖୁ କି ଗତକାଲି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପିପିଲି ନିର୍ବାଚନ ପାଇଁ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀ ରୂଦ୍ର ମହାରଥୀଙ୍କ ପାଇଁ ଭୋଟ ମାଗିଥିଲେ । ଯାହାକୁ ନେଇ ଆଜି ପ୍ରତିକ୍ରିୟାଶୀଳ ହୋଇପଡିଛି ବିଜେପି ।