ଓଡ଼ିଶା ବଜେଟ୍‌ : ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ, ୪୪ ହଜାର କୋଟି ଋଣ କରିବେ ସରକାର

ଭୁବନେଶ୍ୱର : ଓଡ଼ିଶାର ଅର୍ଥମନ୍ତ୍ରୀ ଆଜି ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରୁ ଓଡ଼ିଶା ସରକାରଙ୍କ ରାଜସ୍ୱ ସଂଗ୍ରହ ୧ ଲକ୍ଷ ୨୫ ହଜାର ୬୦୦ କୋଟି ରହିବା ଅଟକଳ କରାଯାଉଛି । ଅବଶିଷ୍ଟ ୪୪ ହଜାର ୪୦୦ କୋଟି ଋଣ ଓ ଅନ୍ୟାନ୍ୟ ସୁତ୍ରରୁ ଆଦାୟ କରାଯିବ । ତେବେ ନିଟ୍ ଋଣ ପରିମାଣ ୧୮ ହଜାର ୪୬୫ କୋଟି ରହିବ ।

ରାଜ୍ୟ ସରକାରଙ୍କ ଧାର୍ଯ୍ୟ ୧ ଲକ୍ଷ ୨୫ ହଜାର କୋଟି ରାଜସ୍ୱ ସଂଗ୍ରହ ମଧ୍ୟରୁ ୩୭,୫୦୦ କୋଟି ସରକାରଙ୍କ ନିଜସ୍ୱ ଟିକସ ସଂଗ୍ରହ, ୨୦ ହଜାର କୋଟିର ଅଣ-ଟିକସ ରାଜସ୍ୱ ସଂଗ୍ରହ ଓ କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ୩୦ ହଜାର ୧୩୭ କୋଟି ଟଙ୍କା ରହିବ । ସେହିପରି ଜିଏସଟି କ୍ଷତିପୂରଣ ଓ କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ ରାଜ୍ୟ ସରକାର ୩୭ ହଜାର ୯୬୩ କୋଟି ପାଇବେ । ଏଥର ରାଜ୍ୟର ଆର୍ଥିକ ନିଅଣ୍ଟ ପରିମାଣ ରାଜ୍ୟ ଜିଡିପିର ୩ ପ୍ରତିଶତ ରହିବା ଅଟକଳ କରାଯାଉଛି ।

୧ ଲକ୍ଷ ୫୦ କୋଟିର ବ୍ୟୟବରାଦ ମଧ୍ୟରୁ ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଟଙ୍କା,ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସମ୍ବନ୍ଧିତ ଖବର