ବିଧାନସଭାରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍‌ ୨୦୧୯-୨୦ : କଥା ରଖି ବଢ଼ାଇଲେ

ଆକାର ୧ ଲକ୍ଷ ୩୯ ହଜାର କୋଟି
ମୋଟ ବ୍ୟୟ ଅଟକଳ ବଢ଼ିଛି ୧୫.୮%
କୃଷି ବଜେଟ୍‌ ୨୦ ହଜାର ୭୧୪ କୋଟି
୨୦୧୯ରେ ଅଭିବୃଦ୍ଧି ୮ରୁ ୮.୫% ଆକଳନ
ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିଲା ‌ଯୋଜନା
ଅର୍ଥମନ୍ତ୍ରୀ ବରାଦ କଲେ ଟଙ୍କା
ବଜେଟରୁ ବାହାରୁଛି ପୌର ନିର୍ବାଚନ ଗନ୍ଧ
ଗାଁ ଲୋକଙ୍କୁ ଖୁସି କରିବାକୁ ପ୍ରୟାସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ସରକାର ଗଠନ କରିବା ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ନିଜର ପ୍ରଥମ ତଥା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଗତ େଫବ୍ରୁଆରି ୭ ତାରିଖରେ ୧ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବାର୍ଷିକ ବଜେଟ୍‌ ଉପସ୍ଥାପନ କରାଯାଇଥିଲା। ଏଥିରେ ସେଂଶାଧନ କରି ଅର୍ଥମନ୍ତ୍ରୀ ଏହାକୁ ୧ଲକ୍ଷ ୩୯ ହଜାର େକାଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଗତବର୍ଷ ତୁଳନାରେ ଏହା ୧୫.୮% ଅଧିକ। ୨୦୧୮-୧୯ରେ ୧ଲକ୍ଷ ୨୦ ହଜାର ୧୨୫ େକାଟି ଟଙ୍କାର ବଜେଟକୁ ବିଧାନସଭା ଅନୁେମାଦନ େଦଇଥିଲେ।

ପୂର୍ଣ୍ଣାଙ୍ଗ ବଜେଟକୁ ନିେରଖି ଦେଖିେଲ ଏକଥା ସହଜରେ ଜଣାପଡୁଛି, ସରକାର ଗାଁ ଲୋକଙ୍କୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି। ଗାଁର ପାନୀୟ ଜଳ ସମସ୍ୟା ଓ ବିଦ୍ୟୁତ ବ୍ୟବସ୍ଥାରେ ଉନ୍ନତି ଉପରେ ଗୁରୁତ୍ବ ଦିଆଯାଉଛି। ଏହାବାଦ୍‌ ଆଗକୁ ପୌର ନିର୍ବାଚନ ଥିବା ପରିପ୍ରେକ୍ଷୀରେ ସହରର ବସ୍ତିବାସିନ୍ଦାଙ୍କ ପାଇଁ ଘରଠାରୁ ଆରମ୍ଭ କରି ପିଇବା ପାଣି, ସ୍ମାର୍ଟ ସିଟି ଆଦି ଲାଗି ମଧ୍ୟ ଅଧିକ ଅର୍ଥ ବରାଦ େହାଇଛି।

କେବଳ ସେତିକି ନୁେହଁ, ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ବେଳେ ସୂଚାଇଛନ୍ତି େଯ ବାତ୍ୟା ଫନି ଜନିତ କ୍ଷୟକ୍ଷତିର ପୁନରୁଦ୍ଧାର ଓ ଭିତ୍ତିଭୂମି ନିର୍ମାଣ ପ୍ରାଥମିକତା ପାଇଛି। ବିଦ୍ୟୁତ ପୁନରୁଦ୍ଧାର, ବାସଗୃହ ଆଦି ବାବଦରେ ପୃଥକ୍ ପଥକ୍ ଅର୍ଥ ବରାଦ େହାଇଥିଲେ ହେଁ ଏ ବାବଦରେ େମାଟ କେତେ ଟଙ୍କା ଖର୍ଚ୍ଚ େହବ, ତାହାର ହିସାବ ରଖିନାହାନ୍ତି। ଚିରାଚରିତ ଢଙ୍ଗରେ ସ୍ବାସ୍ଥ୍ୟ ଓ ଶିକ୍ଷା, ଆଦିବାସୀ, ମହିଳା, ସାମାଜିକ ନିରାପତ୍ତା ତଥା ଯୁବ ବର୍ଗକୁ ଆକର୍ଷିତ କରିବା ଲାଗି ବଜେଟରେ ପୁଳା ପୁଳା ଟଙ୍କା ଅଜାଡ଼ି ଦିଆାଯାଇଛି।

କୌତୂହଳର କଥା େହଲା, େକନ୍ଦ୍ର ସରକାରଙ୍କ ଭଳି ଓଡ଼ିଶାର ବଜେଟରେ ଏଥର େଠାସ୍ ଭାବେ କିଛି କାର୍ଯ୍ୟକ୍ରମ ବା ନୂଆ େଘାଷଣା ଅର୍ଥମନ୍ତ୍ରୀ କରିନାହାନ୍ତି। ବରଂ କୃଷକଙ୍କ ସହାୟତା ପାଇଁ କାଳିଆ େଯାଜନା, କାଳିଆ ହିତାଧିକାରୀଙ୍କ ପିଲାଙ୍କ ପାଇଁ େମଧାବୃତ୍ତି େଯାଜନା, ଚାଷୀକୁ ୧ଲକ୍ଷ ଯାଏ ଓ ସ୍ବୟଂ ସହାୟକ େଗାଷ୍ଠୀକୁ ସୁଧ ମୁକ୍ତ ଋଣ ଭଳି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁସବୁ କାର୍ଯ୍ୟକ୍ରମ େଘାଷଣା କରିଥିଲେ; ଏଥିପାଇଁ ନୂଆ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କେବଳ ଅର୍ଥ ବରାଦ କରିଛନ୍ତି। ସଙ୍କେତ ଦେଇଛନ୍ତି େଯ ନବୀନ ଯାହା ନିର୍ବାଚନ ପୂର୍ବରୁ କହିଥିଲେ, କ୍ଷମତାକୁ ଆସିବା ପରେ ତାଙ୍କ କଥା ରଖିଛନ୍ତି ଓ କୌଣସି େଯାଜନା ବନ୍ଦ େହବାର ନାହିଁ।

ବଜେଟରେ େଯମିତି କୌଣସି ନୂଆ େଯାଜନା ନାହିଁ, ସେମିତି ବଜେଟ୍‌ରେ ଆୟ ବୃଦ୍ଧି ପାଇଁ କୌଣସି ନୂଆ ପ୍ରସ୍ତାବ ନାହିଁ। ପରୋକ୍ଷରେ ସରକାର ସୂଚାଇଛନ୍ତି େଯ ଦ୍ରବ୍ୟ ସେବା କର ଆଇନ ରାଜ୍ୟ ସରକାର ଲାଗୁ କରିଛନ୍ତି ଓ ଜିଏସ୍‌ଟି କ୍ଷତିପୂରଣ ନିମନ୍ତେ ୨୦୧୫-୧୬ ଆର୍ଥିକ ବର୍ଷର ଟିକସ ସ˚ଗ୍ରହକୁ ମୂଳ ବର୍ଷ ରୂପେ ଗ୍ରହଣ କରି ପ୍ରତିବର୍ଷ ୧୪ପ୍ରତିଶତ ଅଭିବୃଦ୍ଧି ହାରରେ କ୍ଷତିପୂରଣ ନିରୂପଣ ହୋଇଛି। ଏଣୁ ଟିକସ ହାନି ଡର ନାହିଁ ବା ଏଥିଲାଗି ସରକାର ବିଚଳିତ ନାହାନ୍ତି।

କିନ୍ତୁ କେଉଁଠି ନା େକଉଁଠି ଅଧିକ ପୁଞ୍ଜି ଖର୍ଚ୍ଚ ପାଇଁ ଅର୍ଥ ଚିନ୍ତା ସରକାରଙ୍କୁ ଘାରିଛି। କାରଣ ଟିକସ ବୃଦ୍ଧି ପରେ ବି ରାଜ୍ୟ ସରକାର ଦୀର୍ଘ ଦିନ ପରେ ବିତ୍ତୀୟ ନିଅଣ୍ଟ ସୀମା (୩%) ଅତିକ୍ରମ କରିଛନ୍ତି। ଅବଶ୍ୟ ଅର୍ଥ ସଚିବ ଏ ସଂକ୍ରାନ୍ତରେ ଭିନ୍ନ ସଫେଇ ଦେଇଛନ୍ତି। କହିଛନ୍ତି, ଋଣ ଉଠାଣ ଓ ପରିେଶାଧ କାରଣରୁ ୦.୫% ଅଧିକ ଋଣ ଉଠାଣ େହାଇପାରିବ। ଏଣୁ ସରକାର ଏହାକୁ ବ୍ୟବହାର କରିବାକୁ ଚାହିଁଛନ୍ତି। ଏସବୁ ସତ୍ତ୍ବେ ସ୍ପଷ୍ଟ ଜଣାପଡୁଛି େଯ ରାଜ୍ୟର ନିଜସ୍ବ ଆୟ ବୃଦ୍ଧି ଆଖିଦୃଶିଆ େହଉନଥିବା କାରଣରୁ ସରକାରଙ୍କର ଋଣ ଉପରେ ନିର୍ଭରଶୀଳତା କ୍ରମଶଃ ବଢିଲାଣି।

ବଜେଟ୍ ଆଉ ଏକ ଚିତ୍ର ରଖୁଛି। ଅର୍ଥମନ୍ତ୍ରୀ ସବୁଠାରୁ ଅଧିକ ଅର୍ଥ ଲଦିଛନ୍ତି ୨୦୧୯ ନିର୍ବାଚନର େଗମ୍ େଚଞ୍ଜର େବାଲି କୁହାଯାଉଥିବା ‘କାଳିଆ’ େଯାଜନା ଉପରେ। ପାଖାପାଖି ୫ ହଜାର ୬୧୧ େକାଟି ଟଙ୍କା କେବଳ ଏହି େକ୍ଷତ୍ର ପାଇଁ ଉଦ୍ଦିଷ୍ଟ। େଯହେତୁ ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର କହିଛନ୍ତି େଯ ଆସନ୍ତା ୫ବର୍ଷ ଭିତରେ କୃଷିର ବିକାଶ କରି ଦାରିଦ୍ର୍ୟକୁ ୫% କୁ କମାଇବେ, ଏଣୁ ଗତବର୍ଷ ତୁଳନାରେ କୃଷି ଓ ଆନୁସଙ୍ଗିକ େକ୍ଷତ୍ରରେ ବଜେଟ୍ ପରିମାଣ ୨୩.୫% ବଢାଇ ଦିଆଯାଇଛି।

ଏହା ବ୍ୟତୀତ ଅନ୍ୟ ସବୁ େକ୍ଷତ୍ରରେ ବରାଦ ଅର୍ଥକୁ ବିଚାରକୁ ନେଇ ଅର୍ଥନୈତିକ ବିଶାରଦମାନେ କହିଛନ୍ତି, ସରକାର ସାଧାରଣ ନିର୍ବାଚନ ଶେଷ ପରେ ବି ନିର୍ବାଚନମନସ୍କ ଅଛନ୍ତି। େଯଉଁ େଯଉଁ େକ୍ଷତ୍ରରୁ େଭାଟ ଟାଣିହୋଇ ଆସିଲେ, ପୌର ନିର୍ବାଚନ ସହଜ େହବ, ସେହି େସହି େକ୍ଷତ୍ର ଉପରେ ବଜେଟରେ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। େଯମିତିକି ସରକାରଙ୍କ କଥା ଓ କାମ ଭିତରେ ତାରତମ୍ୟ ପ୍ରତିଫଳିତ େହବ ନାହିଁ।

ବଜେଟରେ ରାଜ୍ୟ ଅର୍ଥନୀତି ସଂପର୍କରେ ଶ୍ରୀ ପୂଜାରୀ େଯଉଁ ଆକଳନ ରଖିଛନ୍ତି, ୨୦୧୮-୧୯ ବର୍ଷରେ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ୮.୩୫% (ସ୍ଥିର ମୂଲ୍ୟ) େହବ। ଜାତୀୟସ୍ତରର ଅଭିବୃଦ୍ଧି ହାର ୭.୨% ଠାରୁ ଏହା ଯଥେଷ୍ଟ ଅଧିକ। ଗତ ୬ବର୍ଷ ମଧ୍ୟରେ ଜାତୀୟ ସ୍ତରର ଅଭିବୃଦ୍ଧି ୭.୧% ଥିବା ବେଳେ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ୮%ରୁ ଅଧିକ ରହିଛି। ବିଶ୍ବ ଓ ରାଷ୍ଟ୍ରୀୟ ଅର୍ଥନୈତିକ ପରିବେଶ ଯାହା ରହିଛି, େସଥିରେ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ୨୦୧୯-୨୦ରେ ୮ରୁ ୮.୫% ରହିବ।

ସମତୁଲ ବଜେଟ େବାଲି ଦାବି କରି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏହାର ରୂପରେଖ ସଂପର୍କରେ କହିଛନ୍ତି େଯ ବ୍ୟୟ ଅଟକଳ ମୁଖ୍ୟତଃ ରାଜସ୍ବ ପ୍ରାପ୍ତି ଉପରେ ନିର୍ଭର କରୁଛି। ପାଖାପାଖି ୧ଲକ୍ଷ ୧୫ ହଜାର ୨ଶହ ୬୬ େକାଟି ଟଙ୍କା ମିଳିବ। କିନ୍ତୁ େଗାଟିଏ କଥା ସ୍ପଷ୍ଟ ପରିଲକ୍ଷିତ େହାଇଛି େଯ ସରକାର ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୨୩ହଜାର ୭୩୪ େକାଟି ଟଙ୍କା ଭରଣା କରିବେ େବାଲି େଯାଜନା କରିଛନ୍ତି। ଫଳରେ ବର୍ଷ େଶଷକୁ େମାଟ ଋଣ ପରିମାଣ ୧ଲକ୍ଷ ୬ହଜାର େକାଟି ଛୁଇଁଯିବ।

ବଜେଟ୍‌ରେ ମୋଟ ଆୟ ୧ଲକ୍ଷ ୧୫ହଜାର ୨୬୬ କୋଟି ଟଙ୍କା ହେବ ବୋଲି ଦର୍ଶାଯାଇଥିବା ବେଳେ ୧ଲକ୍ଷ ୮ ହଜାର ୭୩୭ କୋଟି ୯୧ଲକ୍ଷ ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ଦିଆଯାଇଛି। ଏହାଦ୍ବାରା ବର୍ଷ ଶେଷ ବେଳକୁ ୬ ହଜାର ୫୨୮ କୋଟି ଟଙ୍କା ରାଜସ୍ବ ବଳକା (ସାମଗ୍ରିକ ଘରୋଇ ଉତ୍ପାଦର ୧.୨୧%) ହେବ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷରେ ବିତ୍ତୀୟ ନିଅଣ୍ଟ ଅର୍ଥାତ୍‌ ଆୟ ତୁଳନାରେ ବ୍ୟୟରେ ଅନ୍ତର ଘରୋଇ ଉତ୍ପାଦର ଧାର୍ଯ୍ୟ ଲକ୍ଷ୍ୟ ୩% ମଧ୍ୟରେ ସୀମିତ ରହିବା କଥା। ଏଥର କିନ୍ତୁ ଏହା ୩.୪୯%କୁ ଛୁଇଁଯିବ। ବଜେଟ୍‌ ସୂଚାଉଛି ଯେ ଏହି ନିଅଣ୍ଟ ରାଶି ୧୮ ହଜାର ୮୭୭ କୋଟି ଟଙ୍କା ଛୁଇଁଯିବ।

୨୦୧୯-୨୦ରେ ରାଜସ୍ବ ପ୍ରାପ୍ତିରେ ରାଜ୍ୟର ନିଜସ୍ବ ଟିକସ ରାଜସ୍ବ ୩୩ ହଜାର େକାଟି ଟଙ୍କା, ରାଜ୍ୟର ଅଣ ଟିକସ ରାଜସ୍ବ ୧୨ହଜାର ୫ଶହ େକାଟି ଟଙ୍କା, େକନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ବାବଦକୁ ୩୯ ହଜାର ୨୦୭ େକାଟି ଟଙ୍କା ଓ େକନ୍ଦ୍ରୀୟ ଅନୁଦାନ ୩୦ ହଜାର ୫୫୯ େକାଟି ଟଙ୍କା ଆକଳନ େହାଇଛି। ଏଥିରୁ ବୁଝାପଡୁଛି େଯ େକନ୍ଦ୍ରୀୟ ଅନୁଦାନ ଗତବର୍ଷ ତୁଳନାରେ େଢର୍ ବୃଦ୍ଧି ଘଟିଛି। କିନ୍ତୁ ଅର୍ଥମନ୍ତ୍ରୀ କହିଛନ୍ତି, ଦ୍ରବ୍ୟ ଓ ସେବା ଶୁଳ୍କ ବା ଜିଏସଟି କ୍ଷତିପୂରଣକୁ ଅନୁଦାନ ହିସାବରେ ନିଆଯାଇଥିବାରୁ େକନ୍ଦ୍ରୀୟ ଅନୁଦାନ ବଢ଼ିଛି। ୨୦୧୯-୨୦ରେ ନିଜସ୍ବ ଟିକସ ଓ ସାମଗ୍ରିକ ଘରୋଇ ଉତ୍ପାଦର ଅନୁପାତ ୬.୧% ହେବ।

ଅନ୍ୟପକ୍ଷରେ ସରକାର ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୭ ହଜାର ୩୧୦ େକାଟି ଟଙ୍କା ବରାଦ କରିଛନ୍ତି। େଯଉଁଥିରୁ ଦରମା ବାବଦରେ ୨୫ ହଜାର ୫୦୦ କୋଟି, ପେନସନ୍‌ ୧୩ହଜାର ୩୦୦ କୋଟି, ସୁଧ ୬ହଜାର ୫୦୦ କୋଟି, ପୁଞ୍ଜି ସ˚ପତ୍ତି ପରିଚାଳନା ତଥା ରକ୍ଷଣାବେକ୍ଷଣ ପାଇଁ ୪୮୪୦ କୋଟି ଟଙ୍କା ରହିଛି।

କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୭୦ ହଜାର ୬୦୦ େକାଟି ଟଙ୍କା ଓ ସରକାରୀ ଉେଦ୍ୟାଗ ପାଇଁ ୪ ହଜାର େକାଟି ବରାଦ େହାଇଛି। ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪ ହଜାର ୬ ଶହ େକାଟି ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ବାରା ହସ୍ତାନ୍ତରିତ େହଉଥିବା ଅର୍ଥ ୬ ହଜାର ୪୯୦ େକାଟି ଧାର୍ଯ୍ୟ େହାଇଛି।

େମାଟ ବଜେଟ୍ ଅର୍ଥ ବରାଦରୁ ପୁଞ୍ଜି ଖର୍ଚ୍ଚ ବାବଦରେ ସରକାର ୨୪ ହଜାର ୭୨୩ େକାଟି ଟଙ୍କା ଆକଳନ କରିଛନ୍ତି। ଏହା ସାମଗ୍ରିକ ଘରୋଇ ଉତ୍ପାଦର ପ୍ରାୟ ୪.୫% ହେବ।

ସମ୍ବନ୍ଧିତ ଖବର