ରାଜ୍ୟ ବଜେଟ ୨୦୧୮-୧୯ ଉପସ୍ଥାପିତ : କୃଷି ପାଇଁ ୧୬, ୭୬୫ କୋଟି

ଭୁବନେଶ୍ୱର : ଆଜି ଅପରାହ୍ନରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ କୃଷି, ଜଳସେଚନ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । କୃଷି ପାଇଁ ସରକାର ୧୬, ୭୬୫ କୋଟି ଟଙ୍କାର ବ୍ୟୟ ବରାଦ କରିଥିବାବେଳେ କୃଷକ ବୀମା, ଫସଲ ବୀମା, କୃଷି ଯାନ୍ତ୍ରିକକରଣ ଉପରେ ପ୍ରାଥମିକତା ଦିଆଯାଇଛି । କୃଷକମାନଙ୍କୁ ଧାନ ସଂଗ୍ରହ ବାବଦରେ ଉଚିତ ମୂଲ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୨୫ ଲକ୍ଷ ଚାଷୀଙ୍କୁ ବୀମା ଭୁକ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ଚଳିତ ବର୍ଷ ୮ଟି ଜଳସେଚନ ପ୍ରକଳ୍ପ ପାଇଁ ୨୬୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଛଡ଼ା ବନ୍ୟା ନିୟନ୍ତ୍ରଣ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ କୃଷି ଗବେଷଣାର ବିକାଶ ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଭିତ୍ତିଭୂମି ବିିକାଶ କରାଯିବ । ସେହିପରି ଜଳସେଚନର ବିକାଶ ପାଇଁ ଉଦ୍ଦିଷ୍ଟ ଗଙ୍ଗାଧର ଜଳସେଚନ ପ୍ରକଳ୍ପ ୧୨୪୭ କୋଟି ଓ ନବକୃଷ୍ଣ ଚୌଧୁରୀ ଜଳସେଚନ ପ୍ରକଳ୍ପ ପାଇଁ ୬୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଫସଲ ବୀମା ପ୍ରିମିୟମ ଲାଗି ୪୦୦ କୋଟି ଟଙ୍କା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୭୫୦ କୋଟି ଟଙ୍କା ବରାଦ କରାଯାଇଛି । ରାଜ୍ୟର ମତ୍ସଜୀବୀ ମାନଙ୍କୁ ମୋବାଇଲ ଫୋନ ମାଧ୍ୟମରେ ପରାମର୍ଶ ଦିଆଯିବାକୁ ବ୍ୟବସ୍ଥା କରାାଯାଉଛି ।

ସମ୍ବନ୍ଧିତ ଖବର