ଟାର୍ଗେଟ୍‌ରେ ଗାଁ, ମହିଳା, ଯୁବପିଢ଼ି

ରାଜ୍ୟ ବଜେଟ୍‌ - ୨୦୧୮-୧୯

ରାଜ୍ୟ ସରକାର ବଜେଟ୍‌ରେ ଗାଁର ବିକାଶ, ମହିଳା ସଶକ୍ତୀକରଣ ଓ ଯୁବପିଢ଼ିଙ୍କୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିରାମୟ ଯୋଜନାକୁ ୩୦୪ କୋଟି ଟଙ୍କା ଦିଆଯାଇଛି ଯାହା ଦ୍ୱାରା ସାଧାରଣ ଲୋକମାନେ ଲାଭବାନ ହେବେ। ଶିକ୍ଷା କ୍ଷେତ୍ରକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ସର୍ବଶିକ୍ଷା ଅଭିଯାନ, ମୋ ସ୍କୁଲ୍‌ ଅଭିଯାନ ପାଇଁ ଭଲ ବ୍ୟୟବରାଦ କରାଯାଇଛି। ମହିଳାଙ୍କ କଲ୍ୟାଣ ପାଇଁ ମମତା ଯୋଜନା, ଖୁସି ଓ ମୁଖ୍ୟମନ୍ତ୍ରୀ ମହିଳା ଶସକ୍ତୀକରଣ ଯୋଜନା ପାଇଁ ବ୍ୟବରାଦ ବଢ଼ାଯାଇଛି। ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ଓ ସଡ଼କ ପଥର ଉନ୍ନତୀକରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି

ନିରାମୟ ପାଇଁ ୩୦୪ କୋଟି

ଚଳିତ ବର୍ଷ ବଜେଟ୍‌ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବ୍ୟୟ ଅଟ୍ଟକଳ ୬ ହଜାର ୧୬୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବଜେଟ୍‌ରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ସମ୍ପୂର୍ଣ୍ଣ ନିରାକରଣ ଯୋଜନା (ସମ୍ପୂର୍ଣ୍ଣ) ପାଇଁ ୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ଯୋଜନାରେ ସ୍ୱାସ୍ଥ୍ୟ ସେବା ଭିତିଭୂମିର ବିକାଶ ନିମନ୍ତେ ୭୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆମ୍ବୁଲାନ୍‌ସ ସେବା ପାଇଁ ୧୩୭୦ କୋଟି ଟଙ୍କା ଦିଆଯାଇଛି। ରାଜ୍ୟରେ ଦେଖାଦେଇଥିବା ଡାକ୍ତର ଅଭାବ ପୂରଣ କରିବା ପାଇଁ ଖୁବ୍‌ଶୀଘ୍ର ବାଲେଶ୍ୱର ଓ ବଲାଙ୍ଗୀରରେ ଦୁଇଟି ଭେଷଜ ମହାବିଦ୍ୟାଳୟ ସ୍ଥାପନ କରାଯିବ। ଏଥିପାଇଁ ବଜେଟ୍‌ରେ ୩୬୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ନିରାମୟ ଯୋଜନାର ବ୍ୟୟବରାଦକୁ ୩୦୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଖୁସି ଯୋଜନାରେ ମାଗଣା ସାନିଟାରି ନାପ୍‌କିନ୍‌ ପ୍ରଦାନ କରିବା ପାଇଁ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ସାର୍ବଜନୀନ ଚକ୍ଷୁ ନେତ୍ର କାର୍ଯ୍ୟକ୍ରମ-ସୁନେତ୍ର ପାଇଁ ୫ ବର୍ଷରେ ୬୮୨ କୋଟି ଟଙ୍କା ଖର୍ଚ ହେବ। ୨୦୧୮-୧୯ରେ ଏ ବାବଦରେ ୮୯ କୋଟି ଟଙ୍କା ଖର୍ଚ କରାଯିବ। ନିର୍ମଳ ଯୋଜନା ପାଇଁ ୭୦ କୋଟି ଓ ଡିଜିଟାଲ୍‌ ହେଲଥ୍‌ ପାଇଁ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟ କର୍ମଚାରୀ ବୀମା ଯୋଜନାକୁ ୭୧ କୋଟି ଟଙ୍କା ଦିଆଯାଇଛି।

୧୬, ୭୬୫ କୋଟିର କୃଷି ବଜେଟ୍‌

– ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି
– ମୃତ୍ତିକା ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ୬୦୨ କୋଟି
– ବିହନ ଯୋଗାଣ ପାଣ୍ଠି ପାଇଁ ୧୦୦ କୋଟି
– ସାର ଯୋଗାଇବା ପାଇଁ ୧୦୦ କୋଟିର ଆବର୍ତନ ପାଣ୍ଠି
– କ୍ଷେତ ଯାନ୍ତ୍ରିକୀକରଣ ଯୋଜନା ପାଇଁ ୪୫୦ କୋଟି
– ଜାତୀୟ କୃଷି ସମ୍ପ୍ରସାରଣ ଓ ବୈଷୟିକ ମିସନ ପାଇଁ ୩୫୦ କୋଟି
– ଜାତୀୟ ଉଦ୍ୟାନ କୃଷି ମିସନ୍‌ ପାଇଁ ୧୦୪ କୋଟି
– ପାର୍ବତୀ ଗିରି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ପାଇଁ ୧୮୦୨ କୋଟି
– ୮ଟି ତ୍ୱରିତ ଜଳସେଚନ ସୁବିଧା ଯୋଜନା ପାଇଁ ୨୬୨୯ କୋଟି
– ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା ପାଇର୍ ୩୪୪ କୋଟି
– ୧୨୦ କୋଟି ଟଙ୍କାରେ ୬୯୦ଟି ଅଚଳ ଉଠାସେଚ ପ୍ରକଳ୍ପର ପୁନରୁଦ୍ଧାର
– ଗଭୀର ନଳକୂପ ଖନନ ପାଇଁ ୫୪୦ କୋଟି
– ବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠାସେଚ ପ୍ରକଳ୍ପ ପାଇଁ ୨୯୦ କୋଟି
– ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଅଣୁ ସେଚ ପ୍ରକଳ୍ପ ପାଇଁ ୨୫୦ କୋଟି
– କେନାଲ ଆସ୍ତରଣ କାର୍ଯ୍ୟ ପାଇଁ ୧୩୦ କୋଟି
– ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧୦୦୦ କୋଟି
– ଚାଷୀଙ୍କୁ ସୁଧ ରିହାତି ପାଇଁ ୪୭୦ କୋଟି
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪୦୦ କୋଟି
– ମତ୍ସ୍ୟଚାଷ ଉନ୍ନୟନ ପାଇଁ ୭୩ କୋଟି
– ମତ୍ସ୍ୟ ଚାଷ ଭିତ୍ତିଭୂମି ଉନ୍ନୟନ ପାଇଁ ୨୦ କୋଟି
– ନୀଳ ବିପ୍ଳବ ପାଇଁ ୫୧ କୋଟି
– ବଳରାମଗଡ଼ିଠାରେ ମତ୍ସ୍ୟ ବନ୍ଦରର ଉନ୍ନୟନ ପାଇଁ ୨୦ କୋଟି
– ଶ୍ୱେତ ବିପ୍ଳବ ପାଇଁ ୮୮ କୋଟି
– ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ଡେରି ପ୍ଲାଣ୍ଟ ସ୍ଥାପନ ନିମନ୍ତେ ୫୩ କୋଟି
– ବିଜୁ କୃଷକ କଲ୍ୟାଣ ଯୋଜନା ପାଇଁ ୯୦ କୋଟି

ସର୍ବଶିକ୍ଷା ଅଭିଯାନ ପାଇଁ ୧୮୦୦ କୋଟି

ଭୁବନେଶ୍ୱର : ଶିକ୍ଷା ଓ ଦକ୍ଷତା ବିକାଶ ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏଥିପାଇଁ ବଜେଟ୍‌ରେ ୧୯ ହଜାର ୬୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସର୍ବଶିକ୍ଷା ଅଭିଯାନ ପାଇଁ ୧୮୦୦ କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୮୦୮ କୋଟି ଟଙ୍କା ଓ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରଙ୍ଗାଧର ମେହେର ଶିକ୍ଷା ମାନବ ବୃଦ୍ଧି ଯୋଜନା (ଜିଏମ୍‌ଏସ୍‌ଏମ୍‌ଓ୍ଵାଇ)ରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ମାଗଣାରେ ସ୍କୁଲ୍‌ ବ୍ୟାଗ୍‌, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ବହି, ଯୋଜନା ଓ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯିବ। ଏହି ଯୋଜନା ପାଇଁ ୩୦୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ୬ କୋଟି ଟଙ୍କା ଓ ଭୁବନେଶ୍ୱର ସୈନିକ ସ୍କୁଲ୍‌ ପାଇଁ ୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ। ମାଧ୍ୟମିକ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ‘ମୋ ସ୍କୁଲ ଅଭଯାନ’ ଆରମ୍ଭ କରାଯାଇଛି। ଏଥିପାଇଁ ୫୦ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ଅନୁସୂଚୀତ ଜନଜାତି ଛାତ୍ରୀମାନଙ୍କ ପାଇଁ ଛାତ୍ରୀନିବାସ ଓ ସହରାଞ୍ଚଳରେ ଛାତ୍ର ଓ ଛାତ୍ରୀନିବାସ ନିର୍ମାଣ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

 

ମୁଖ୍ୟାଂଶ

ମହିଳା ଓ ଶିଶୁ କଲ୍ୟାଣ
ମମତା ଯୋଜନା ପାଇଁ ୧୫୫ କୋଟି ଟଙ୍କା
ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ପାଇଁ ୮୯ କୋଟି ଟଙ୍କା
ସମନ୍ଵିତ ଶିଶୁ ବିକାଶ ଯୋଜନା ପାଇଁ ୨୦୩୫ କୋଟି ଟଙ୍କା
ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ୟୁନିଫର୍ମ ପାଇଁ ୪୦ କୋଟି
ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ଯୋଜନା ପାଇଁ ୫୫୦ କୋଟି

ସାମାଜିକ ନିରାପତ୍ତା
ମଧୁବାବୁ ପେନ୍‌ସନ୍‌ ଯୋଜନା ପାଇଁ ୧୪୮୬ କୋଟି ଟଙ୍କା
ଟଙ୍କିକିଆ ଚାଉଳ ପାଇଁ ୯୦୨ କୋଟି
ସୁଲଭମୂଲ୍ୟ ଦୋକାନଗୁଡ଼ିକର କମ୍ପ୍ୟୁଟରୀକରଣ ପାଇଁ ୨୯ କୋଟି
ମନରେଗାରେ ମ୍ୟାଟେରିଆଲ କମ୍ପୋନେଣ୍ଟ ପାଇଁ ୧୨୮୩ କୋଟି

ନଗର ଉନ୍ନୟନ
ଉନ୍ନତି ଯୋଜନା ପାଇଁ ୪୦୦ କୋଟି
ଭୁବନେଶ୍ୱର ପରିବହନ ବ୍ୟବସ୍ଥାର ଉନ୍ନତି ପାଇଁ ୧୨୫ କୋଟି
ସହରାଞ୍ଚଳ ନିକାୟ ସଂସ୍ଥା ଗୁଡ଼ିକ ପାଇଁ ୧୬୦୧ କୋଟି
ଅମୃତ ଯୋଜନା ପାଇଁ ୨୫୦ କୋଟି

ଶକ୍ତି
ସବ୍‌ଷ୍ଟେସନ ସ୍ଥାପନ ଲାଗି ୫୩୦ କୋଟି
ରାଜ୍ୟ ରାଜଧାନୀ ଅଞ୍ଚଳରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ପାଇଁ ୧୨୫ କୋଟି
ଆମ ଘରେ ଏଲ୍‌ଇଡି ଲାଇଟ୍‌ କାର୍ଯ୍ୟକ୍ରମ ପାଇଁ ୧୨୫ କୋଟି

ସଡ଼କ, ରେଳ ଓ ପରିବହନ
ପୂର୍ତ ବିଭାଗ ମାଧ୍ୟମରେ ସଡ଼କ, ସେତୁ ଓ ରେଳ ଓଭରବ୍ରିଜ୍‌ ନିର୍ମାଣ ପାଇଁ ୪୨୬୫ କୋଟି
ରାଜ୍ୟ ରାଜପଥ ଦୋହରୀକରଣ ପାଇଁ ୩୫୦ କୋଟି
ବିଜୁ ଏକ୍ସପ୍ରେସ ଓ୍ଵ ଯୋଜନାରେ ପଶ୍ଚିମ ଓଡ଼ିଶା ଓ କେବିକେ ସଂଯୋଗୀକରଣ ପାଇଁ ୧୦୦ କୋଟି
କେନ୍ଦ୍ର ସଡ଼କ ପାଣ୍ଠି ପ୍ରକଳ୍ପ ଲାଗି ୪୦୦ କୋଟି
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୨୯୦୦ କୋଟି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୪୦୦ କୋଟି
ବିଜୁ ସେତୁ ଯୋଜନା ପାଇଁ ୬୦୦ କୋଟି
କେବିକେ ରାସ୍ତାଘାଟ ଉନ୍ନତି ଲାଗି ୧୨୫ କୋଟି
ବିଚ୍ଛିନ୍ନ ଗ୍ରାମକୁ ସଂଯୋଗୀକରଣ ପାଇଁ ୧୦୦ କୋଟି
ରେଳ ଭିତ୍ତିଭୂମି ପ୍ରକଳ୍ପ ଲାଗି ୪୦୦ କୋଟି
ଏୟାରଷ୍ଟ୍ରିପ୍‌ ନିର୍ମାଣ ପାଇଁ ୧୦୦ କୋଟି

ଗ୍ରାମ୍ୟ ଜଳ ଯୋଗାଣ
ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳ ଯୋଗାଣ (ବସୁଧା)ରେ ଗ୍ରାମାଞ୍ଚଳ ପାଇଁ ୧୦୦୦ କୋଟି ଟଙ୍କା
ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପାଇଁ ୩୦୦ କୋଟି
ଚତୁର୍ଥ ରାଜ୍ୟ ଅର୍ଥ କମିସନଙ୍କ ଅନୁଦାନରେ ୭ଟି ଜିଲ୍ଲାର ୬୪୫ଟି ଗାଁକୁ ଜଳ ଯୋଗାଣ ପାଇଁ ୫୫୦ କୋଟି
ଖଣି ଦ୍ୱାରା ପ୍ରଭାବିତ ୬୯୧ଟି ଗାଁକୁ ପାଇପ୍‌ ଜରିଆରେ ଜଳ ଯୋଗାଣ ପାଇଁ ୪୫୦ କୋଟି
ସ୍ୱଚ୍ଛ ଭାରତ ମିସନ ପାଇଁ ଗ୍ରାମାଞ୍ଚଳ ନିମନ୍ତେ ୧୦୦୦ କୋଟି ଟଙ୍କା

ପର୍ଯ୍ୟଟନ
ପର୍ଯ୍ୟଟନ ବିକାଶ ପାଇଁ ୨୧୩ କୋଟି
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ୧୧ କୋଟି
ପୁରୀଠାରେ ବାଲୁକା କଳା ସଂଗ୍ରହାଳୟ ପ୍ରତିଷ୍ଠା ଲାଗି ୨ କୋଟି
କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପିସ୍‌ ଆଣ୍ଡ କନ୍‌ଫ୍ଲିକ୍ଟ ରିଜଲ୍ୟୁସନ୍‌ ପାଇଁ ୫ କୋଟି

ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟ
ଆସନ୍ତାବର୍ଷର ଭାଷା ସମ୍ମିଳନୀ ପାଇଁ ୧ କୋଟି
ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମଦିବସ ପାଳନ ଓ କପିଳେଶ୍ୱରପୁର ଓ ସାତଲହଡି ମଠର ପୁନରୁଦ୍ଧାର ପାଇଁ ୧ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାରଙ୍କୁ ଭତ୍ତା ପ୍ରଦାନ ପାଇଁ ୬୦ କୋଟି
କଳାମଣ୍ଡଳର ପ୍ରତିଷ୍ଠା ଓ ପ୍ରେକ୍ଷାଳୟ ଓ କଳାମଣ୍ଡପର ଉନ୍ନତି ଓ ନବୀକରଣ ପାଇଁ ଯଥାକ୍ରମେ ୧୦ କୋଟି ଓ ୫ କୋଟି

କ୍ରୀଡ଼ା ଓ ଯୁବସେବା
ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଉନ୍ନୟନ ଓ ପରିଚାଳନା ଯୋଜନା ସ୍ୱର୍ଣ୍ଣ ନିମନ୍ତେ ୧୦୦ କୋଟି
ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କଟକରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ଲାଗି ୧୨ କୋଟି
କୋଣାର୍କରେ ସନ୍‌ ଆଣ୍ଡ ସ୍ୟାଣ୍ଡ ମାରାଥନ୍‌ ପାଇଁ ୧୫ କୋଟି
ବିଜୁ ଯୁବ ସଶକ୍ତୀକରଣ ଯୋଜନା ଓ ବିଜୁ ଯୁବ ବାହିନୀ ଉପଯୋଜନା ପାଇଁ ୧୦୩ କୋଟି

ବାସଗୃହ
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ପାଇଁ ସରକାର ୩୫୯୨ କୋଟି
ଓଡ଼ିଶା ସହରାଞ୍ଚଳ ବାସଗୃହ ମିସନ ପାଇଁ ୪୦୦ କୋଟି

କେଉଁ ବିଭାଗକୁ କେତେ?

ବିଭାଗ ନାମ   କୋଟି ଟଙ୍କା
ସ୍ୱରାଷ୍ଟ୍ର ୫୨୭୪.୩୯
ସାଧାରଣ ପ୍ରଶାସନ ୪୦୩.୭୪
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ୧୦୭୩.୮୨
ଅର୍ଥ ୨୪୫୩୦.୧୭
ପୂର୍ତ ୪୨୬୪.୮୮
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧୧୪୮.୫୬
ବିଦ୍ୟାଳୟ ଓ ଗଣଶିକ୍ଷା ୧୪୪୮୭.୧୦
ଏସ୍‌ଟି, ଏସ୍‌ସି, ସଂଖ୍ୟାଲଘୁ
ଓ ପଛୁଆ ବର୍ଗ ଉନ୍ନୟନ ୩୪୧୩.୫୫
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୬୧୫୯.୯୬
ଗୃହ ନିର୍ମାଣ ଓ ନଗର ଉନ୍ନୟନ ୫୧୬୧.୮୦
କ୍ରୀଡ଼ା ଓ ଯୁବସେବା ୩୪୧.୦୧
ଯୋଜନା ଓ ସମନ୍ଵୟ ୯୩୫.୪୩
ପଞ୍ଚାୟତିରାଜ ଓ ପାନୀୟ ଜଳ ୧୩୭୨୫.୩୫
ଜଳ ସମ୍ପଦ ୧୦୧୯୬.୦୫
ପରିବହନ ୫୯୦.୭୩
ଜଙ୍ଗଲ ଓ ପରିବେଶ ୮୦୬.୧୭
କୃଷି ଓ କୃଷକ ସଶକ୍ତିକରଣ ୪୫୧୧.୧୬
ସୂଚନା ଓ ଲୋକସମ୍ପର୍କ ୧୮୭.୮୦
ଅବକାରୀ ୧୦୦.୮୭
ଗ୍ରାମ୍ୟ ଉନ୍ନୟନ ୫୫୮୨.୪୬
ଶକ୍ତି ୧୯୮୩.୨୯
ପର୍ଯ୍ୟଟନ ୨୧୩.୧୬
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ୮୯୩.୪୩
ସମବାୟ ୧୧୬୩.୯୭
ମହିଳା ଓ ଶିଶୁ କଲ୍ୟାଣ ୩୪୪୬.୮୨
ଉଚ୍ଚ ଶିକ୍ଷା ୨୨୯୧.୬୭
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ୬୨୫.୪୫
ସାମାଜିକ ନିରାପତ୍ତା
ଓ ଭିନ୍ନକ୍ଷମ ସଶକ୍ତିକରଣ ୨୫୬୨.୪୯
ବିପର୍ଯ୍ୟୟ ପରିଚାଳନା ୨୦୮୯.୫୭
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ୧୮୧.୯୧

ସମ୍ବନ୍ଧିତ ଖବର