ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଗାମୀ ଫେବ୍ରୁଆରି ୭ରେ ରାଜ୍ୟ ବଜେଟ ଉପସ୍ଥାପନ କରିବେ। ନବୀନ ସରକାରଙ୍କ ୪ର୍ଥ ଇନିଂସରେ ଏହା ହେବ ଶେଷ ବଜେଟ। ବଜେଟ ଅଧିବେଶନ ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବଜେଟ ଫେବ୍ରୁଆରି ୪ରୁ ଆରମ୍ଭ ହୋଇ ୧୨ ଯାଏଁ ଚାଲିବ। ବଜେଟର ଆରମ୍ଭରେ ଫେବ୍ରୁଆରି ୪ରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ପ୍ରଦାନ କରିବେ। ପରଦିନ ଅର୍ଥାତ ଫେବ୍ରୁଆରି ୫ରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବର ଆଲୋଚନା କାର୍ଯ୍ୟକ୍ରମ ହେବ। ଏହା ପରେ ୭ରେ ବଜେଟ ଅଧିବେଶନ ବସିବା ପରେ ୮ରେ ବ୍ୟୟ ମଂଜୁରୀ ବିଲ୍ ଆଲୋଚନା ହେବ।
ଫେବ୍ରୁଆରି ୭ରେ ଆଗତ ହେବ ରାଜ୍ୟ ବଜେଟ
/sambad/media/post_attachments/wp-content/uploads/2018/09/assembly-1.jpg)