ବିଧାନସଭାରେ ଉପସ୍ଥାପିତ ହେଲା ୨୦୧୯-୨୦ର ରାଜ୍ୟ ବଜେଟ : କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜି ବିଧାନସଭାରେ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଦୁଇ ଭାଗରେ ବଜେଟ ଉପସ୍ଥାପନ କରାଯାଇଛି । ପ୍ରଥମେ କୃଷି ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରାଯିବା ପରେ ଅନ୍ୟାନ୍ୟ କ୍ଷେତ୍ର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରାଯାଇଥିଲା ।

ଏଥର ରାଜ୍ୟ ବଜେଟର ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ରହିଛି । ଏହା ମଧ୍ୟରୁ ପ୍ରଶାସନିକ ବ୍ୟୟ ଅଟକଳ ୫୭,୩୫୦ କୋଟି, ସରକାରୀ କର୍ମଚାରୀଙ୍କ ଦରମା ଖର୍ଚ୍ଚ ୨୫,୫୦୦ କୋଟି ଟଙ୍କା, ସୁଧ ପରିଶୋଧ ପାଇଁ ୧୩,୩୦୦ କୋଟି, କାର୍ଯ୍ୟକ୍ରମ ପରିଚାଳନା ବ୍ୟୟ ଅଟକଳ ୭୬,୬୦୦ କୋଟି ରହିଛି ।

ଏଥର ବଜେଟରେ ସରକାର କୃଷି,ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପରିଚାଳନା,ପାନୀୟ ଜଳ, ମହିଳା ସଶକ୍ତିକରଣ ଓ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପାଇଁ ମୋଟ ୬୮୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନା ରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୫୭୮ କୋଟିର ବ୍ୟୟବରାଦ କରାଯାଇଛି । ରାଜ୍ୟରେ ୧୦ଟି ଭେଷଜ ମହାବିଦ୍ୟାଳୟ ସ୍ଥାପନ ପାଇଁ ଯୋଜନା ରହିଛି ।

ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରପୀଡିତ ରାଜ୍ୟ ଭାବେ ଜଣାଶୁଣା । ଗତ ମଇ ମାସରେ ଭୀଷଣ ସାମୁଦ୍ରିକ ମହାବାତ୍ୟା ଫନି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ବିପର୍ଯ୍ୟୟ ପରିଚାଳନା, ଦୀର୍ଘ ମିଆଦୀ ଭିତ୍ତିଭୂମି ନିର୍ମାଣ ଲାଗି ଏଥର ବଜେଟରେ ସରକାର ୪୬୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଫନି ପ୍ରଭାବିତ ଅଞ୍ଚଳରେ ପ୍ରାୟ ୫ ଲକ୍ଷ ପକ୍କା ଘର ନିର୍ମାଣ ହେବ ।

ଅନ୍ୟପକ୍ଷରେ ଶିକ୍ଷା ଉପରେ ମଧ୍ୟ ବଜେଟରେ ଫୋକସ ରହିଛି । ଓଡିଆ ବିଶ୍ୱ ବିଦ୍ୟାଳୟ ପାଇଁ ୧୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଦକ୍ଷତା ବିକାଶ ପାଇଁ ୧୯୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ମାଧ୍ୟମରେ ଆଇଟିଆଇ, ପଲିଟେକନିକ ଗୁଡ଼ିକର ବିକାଶ କରାଯିବ। ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ୧୦୦ କୋଟିର ବ୍ୟବସ୍ଥା କରାଯାଇଛି । ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟିର ବ୍ୟୟବରାଦ କରାଯାଇଛି ।

ଅନ୍ୟପକ୍ଷରେ ମମତା ଯୋଜନା ପାଇଁ ୩୦୫ କୋଟି, ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୨୯୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ମୁଖ୍ୟାଂଶ

ବସୁଧା-ପାନୀୟ ଜଳ ଯୋଗାଣ
ନଗରାଂଚଳ ଜଳ ଯୋଗାଣ-୩୮୫ କୋଟି
ଗ୍ରାମାଂଚଳ ଜଳ ଯୋଗାଣ-୫୦୦ କୋଟି
ସ୍ମାର୍ଟ ଫୋନ-୩୦୦୦ଟଙ୍କା

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ-୬୮୨୮ କୋଟି
ଫୋନି ଅଂଚଳରେ ୫ଲକ୍ଷ ପକ୍କା ଘର ନିର୍ମାଣ ଯୋଜନା-୪୮୨୦କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ-୧୦ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା
ଓଡ଼ିଆ ଭାଷାର ଉନ୍ନତି ପାଇଁ-୧୭୪ କୋଟି
କ୍ରୀଡ଼ା-୨୬୬କୋଟି
ମଧୁବାବୁ ପେନସନ-୨୧୬୦ କୋଟି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-୩୦୧କୋଟି
ସ୍ୱଚ୍ଛଭାରତ ମିଶନ-୨୮୦୦ କୋଟି
ବିଦ୍ୟୁତ ଯୋଗାଣ-୫୩୩
ବିଜୁ ଗ୍ରାମଜ୍ୟୋତି ଯୋଜନା
ଓଡ଼ିଆ ବିଶ୍ୱବିଦ୍ୟାଳୟ-୧୫କୋଟି
ମମତା ଯୋଜନା-୩୦୫ କୋଟି
ମିଶନ ଶକ୍ତି-୧୩୦ କୋଟି
ଏମ୍‌ଏମ୍‌ଇ-୧୯୨କୋଟି
ଭୁବନେଶ୍ୱର-ରାଉରକେଲା ସ୍ମାର୍ଟସିଟି-୪୦୦ କୋଟି
କାଳିଆରେ ସାମିଲ ହେଲେ ୭୫ ଲକ୍ଷ ହିତାଧିକାରୀ
କାଳିଆ ପାଇଁ ୫୬୧୧ କୋଟି ବ୍ୟୟବରାଦ
ପ୍ରଧାନମନ୍ତ୍ରୀ କୃଷି ଯୋଜନା-୨୧୮ କୋଟି
ଚାଷକୁ ସାର ପାଇଁ-୧୦୦କୋଟି
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା-୪୦୦ କୋଟି
ଅସଂପୂର୍ଣ୍ଣ ଜଳସେଚନ ପ୍ରକଳ୍ପ-୧୮୬୧ କୋଟି
୧ଲକ୍ଷ ପର୍ଯ୍ୟନ୍ତ ବିନାସୁଧରେ ଋଣ
ନବକୃଷ୍ଣ ସେଚ ଉନ୍ନୟନ ଯୋଜନା-୬୩୫ କୋଟି
ଧାନ ସଂଗ୍ରହ ୪୯ ଲକ୍ଷ ୯ ହଜାର ମେଟ୍ରିକ ଟନ
କୃଷି ଶିକ୍ଷା ଓ ଗବେଷଣା ପାଇଁ-୩୦ କୋଟି
୫ ବର୍ଷର ୬ଲକ୍ଷ ହେକ୍ଟର ଜମିକୁ ଜଳସେଚନ
ବୃହତ ଉଠାଜଳସେଚନ ପାଇଁ-୧୦୭୭ କୋଟି
କୃଷି ସିଂଚନ-୨୧୮ କୋଟି
୨୦ ହଜାର ଗଭୀର ନଳକୂପ-୫୪୦ କୋଟି
କେନାଲ ମରାମତି-୩୧୪ କୋଟି
ବଜେଟ-୧୩୯୦୦ କୋଟି
ଜାତୀୟ ଉଦ୍ୟାନ-୧୦୦ କୋଟି
ମେଡିକାଲ କଲେଜ-୪୦୦ କୋଟି
ଜାତୀୟ ସ୍ୱାସ୍ଥ୍ୟସେବା ମିଶନ-୧୩୬୧ କୋଟି
ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ-୫୭୮ କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-୧୨୦୩ କୋଟି
ଦରମା-୫୦୦ କୋଟି
ଶିକ୍ଷ ଓ ଦକ୍ଷତା ବିକାଶ -୧୯୪୯୨ କୋଟି
ଛାତ୍ରବୃତ୍ତି-୧୪୨୫ କୋଟି
ମଧ୍ୟାହ୍ନ ଭୋଜନ-୮୪୪ କୋଟି
ବିପର୍ଯ୍ୟୟ ପ୍ରଶାସନ ପାଣ୍ଠି-୪୬୦୦ କୋଟି
କେନ୍ଦ୍ରୀୟ ଅନୁଦାନ ୩୦ ହଜାର ୫୫୯ କୋଟି

ସମ୍ବନ୍ଧିତ ଖବର