ଭୁବନେଶ୍ବର : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି । ବଜେଟର ପ୍ରଥମ ପର୍ୟ୍ୟାୟର ସେ କୃଷି ବଜେଟ ସଂପର୍କରେ ଘୋଷଣା କରିଛନ୍ତି ।

Advertisment

କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ହେଉଛି ରାଜ୍ୟର ପ୍ରମୁଖ ନିଯୁକ୍ତିପ୍ରଦାନକାରୀ କ୍ଷେତ୍ର । ୨୦୨୩-୨୪ ଆର୍ଥିକ ୨୪୮୨୯ କୋଟି ୨୦୨୪-୨୫ରେ ୩୬% ବୃଦ୍ଧି କରି ୩୩୯୧୯  କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଧାନକ୍ରୟ ବ୍ୟସ୍ଥାକୁ ସରଳ କରାଯିବ ଓ କଟନିଛଟନିକୁ ବନ୍ଦ କରାଯାଇ ଆର୍ଦ୍ରତା ପରିମାଣକ ମେସିନ ବ୍ୟବହାର କରାଯିବ । କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ।

୨୦୨୪-୨୫ରେ ସମୃଦ୍ଧ କୃଷକ ଯୋଜନା ପାଇଁ ୫୦୦୦ କୋଟି ଟଙ୍କା ରଖାଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି । ପିଏମ କିଷାନ ଯୋଜନାରେ ଚାଷୀଙ୍କ ନାଁରେ ଥିବା ଜମିକୁ ଆଧାର ନ କରି ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି । ସିଏମ କିଷାନ ଯୋଜନାରେ ଅତିରିକ୍ତ ଟପଅପ୍ ପ୍ରଦାନ କରିଛୁ । ଏହି ଯୋଜନାରେ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୬୦୦ କୋଟି ଟଙ୍କା ଓ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।